ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ନେକ୍ସ୍ଟଯେନ କମ୍ପୁଟର ଶୁଭାରମ୍ଭ ।

0 313

ଭଞ୍ଜନଗର, ୦୨/୦୩(ପିପିଟି):ଭଞ୍ଜନଗର ମେଡିକାଲ ସମ୍ମୁଖରେ ରବିବାର ନେକ୍ସଟ ଜେନ୍‌ କମ୍ପ୍ୟୁଟର ଏକାଡେମୀ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅତ୍ୟାଧୁନିକ ଶିକ୍ଷା ସହ ଗରିବ ଶ୍ରେଣୀର ପିଲାଙ୍କୁ ସୁଲଭ ମୂଲ୍ୟରେ ଏହି ଅନୁଷ୍ଠାନ ଶିକ୍ଷା ପ୍ରଦାନ କରିବ ବୋଲି ଅନୁଷ୍ଠାନର ପରିଚାଳକ କହିଛନ୍ତି।ଏହି ଅବସରରେ ବିଧାୟକ କହିଥିଲେ ଯେ, ଚଳିତ ବଜେଟ୍‌ରେ ସବୁ ବର୍ଗର ଉନ୍ନତି ପାଇଁ ବ୍ୟବସ୍ଥା ହୋଇଛି। ଗରିବ ଛାତ୍ରୀଛାତ୍ର ମାଗଣାରେ ବିଭିନ୍ନ ତାଲିମ ପାଉଛନ୍ତି। ସାଧାରଣ ବର୍ଗର ଛାତ୍ରୀମାନେ ମଧ୍ୟ କିଭଳି ଏହି ଅନୁଷ୍ଠାନରେ ସରକାରୀ ଯୋଜନାରେ ମାଗଣାରେ ପାଠ ପଢ଼ିପାରିବେ ସେଥିପାଇଁ ପଦକ୍ଷେପ ନିଆଯିବ। ଭଞ୍ଜନଗର ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି ବୋଲି ବିଧାୟକ ନାୟକ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏନ୍‌ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ରୋଟାରୀ କ୍ଲବ ସଭାପତି ରଞ୍ଜିତ ବାରିକ, ବିପଦର ବନ୍ଧୁ ଉପଦେଷ୍ଟା କେ.ଶଙ୍କର ନାରାୟଣ ପାତ୍ର, ବିପଦର ବନ୍ଧୁ ଓଡ଼ିଶା ପ୍ରତିଷ୍ଠାତା ଜି. ଶିବରାମ ପାତ୍ର, ଜେଆଇଟିଏମ୍‌ଏସ୍‌ର ନିର୍ଦ୍ଦେଶକ ସହଦେବ ପ୍ରଧାନ, ଓ କେସିଏଲ ନିର୍ଦ୍ଦେଶକ ଶ୍ରୀକାନ୍ତ ମହାନ୍ତି, ନେକ୍ସଟ ଜେନ କର୍ମକର୍ତ୍ତା ଆଲୋକ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ନେକ୍ସଟ ଜେନ୍‌ କର୍ମକର୍ତ୍ତା ପ୍ରଶାନ୍ତ ରାଉତ ସଭାରେ ଅଧ୍ୟକ୍ଷତା କରିଥିଲେ। ବିପଦର ବନ୍ଧୁ କର୍ମକର୍ତ୍ତା ଅରକ୍ଷିତ ପରିଚ୍ଛା ସଭାକୁ ସଂଯୋଜନା କରିଥିଲେ।

 

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.