ଗଡ଼ିଲା “ଜୟ ଜଗନ୍ନାଥ ଅର୍ପଣ ରଥ “ପ୍ରତି ଘରୁ ମିଳିଲା ଅକ୍ଷ୍ୟୁର୍ଣ୍ଣ ଗୁଆ ଓ ଚାଉଳ ।

0 363

କୋଦଳା,୧୦/୦୧(ପିପିଟି):କୋଟି କୋଟି ଓଡିଶାବାସୀଙ୍କ ମଉଡମଣୀ ବିଶ୍ୱ ନିୟନ୍ତା ଜଗତର ନାଥ ଜଗନ୍ନାଥଙ୍କ ନୂତନ ଭାବେ ନିର୍ମିତ ହୋଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭବ୍ୟ ଲୋକାର୍ପଣ ଉତ୍ସବ ଆସନ୍ତା ୧୭ ତାରିଖ ରେ ହେବାକୁ ଥିବାବେଳେ ଏହି ଭବ୍ୟ ଉତ୍ସବରେ ଯେମିତି ପ୍ରତିଟି ଓଡ଼ିଆ ଯୋଡି ହୋଇ ମହାପ୍ରଭୁଙ୍କ ଦିବ୍ୟ ଅନୁଭବ ର ସାନ୍ନିଧ୍ୟ ଲାଭ କରି ଅପାର କରୁଣା ପାଇପାରିବେ ସେହି ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ଏକ ଅଭିନଵ ପ୍ରୟାସ ଆରମ୍ଭ କରିଛନ୍ତି । ପ୍ରତ୍ୟେକ ପଞ୍ଚାୟତ ସମେତ ସହରାଞ୍ଚଳ ରେ ମଧ୍ୟ ପ୍ରଶାସନ ସହଯୋଗ ରେ ପ୍ରତ୍ୟେକ ଘରୁ” ଗୁଆ ଗୋଟେ କୁ ଚାଉଳ ମୁଠେ “ସଂଗ୍ରହ କରିବା ପାଇଁ ଜୟ ଜଗନ୍ନାଥ ଅର୍ପଣ ରଥ ପଦାର୍ପଣ କରିଛି । ସୋମବାର କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ସସ୍ମିତା ଶତପଥୀଙ୍କ ତତ୍ୱାବଧାନ ରେ କୋଦଳା ବିଜେ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଦୁଇଗୋଟି ସୁ ସଜ୍ଜିତ ରଥ ପ୍ରସ୍ତୁତ ହୋଇ ରହିଥିବା ବେଳେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ସମେତ ପୁଷ୍ପ ଓ ଫୁଲରେ ବନ୍ଦାପନା ପରେ ପୂଜାର୍ଚନା କରି କୀର୍ତ୍ତନ,ଘଣ୍ଟ ଘଣ୍ଟି,ଥଳ,ହୁଳହୁଳି ଓ ହରିବୋଲ ଧ୍ୱନିରେ ବାହାରିଥିଲେ ।ବିଧାୟିକା ପୂଜା ଗରା ଧରି ଦ୍ୱାର ଦ୍ୱାର ବୁଲି ଚାଉଳ ଓ ଗୁଆ ସଂଗ୍ରହ କରିଥିଲେ । ପ୍ରଥମେ ଜଗନ୍ନାଥ ମଦିର ଠାରୁ ଆରମ୍ଭ କରି ବିଭିନ୍ନ ୱାର୍ଡ ବୁଲି ଅକ୍ଷ୍ୟୁର୍ଣ୍ଣ ଗୁଆ ଓ ମୁଠେ ଚାଉଳ ସଂଗ୍ରହ କରି ପୁଣି ଜଗନ୍ନାଥ ମନ୍ଦିର ଠାରେ ଶେଷ କରିଥିଲେ । ପ୍ରତ୍ୟେକ ସାହିରେ ମହିଳାମାନେ ରଥକୁ ବନ୍ଦାପନା କରି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଉଥିବା ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ପରିବାର ମୁଠେ ଚାଉଳ ଓ ଗୋଟେ ଗୁଆ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦେଉଥିବାର ଦେଖାଦେଇଛି । ଆଜିର ଏହି ଭବ୍ୟ କାର୍ଯ୍ୟକ୍ରମରେ ଏନ୍ଏସି ର ସମସ୍ତ କାଉନସିଲର,କର୍ମକର୍ତ୍ତା ସମେତ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା,କର୍ମୀ, ମହିଳା ସଙ୍ଘ ଓ ଜନ ସାଧାରଣ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଗୁରୁବାର ଶେଷ ହେବ ବୋଲି ଜଣାପଡିଛି ।

(ରିପୋର୍ଟ – ସୂର୍ଯ୍ୟ ନାରାୟଣ ବଡୁ ।)

Leave A Reply

Your email address will not be published.