ଗଞ୍ଜେଇ ସହ କାର୍ ଜବତ,ଜଣେ ଗିରଫ।

0 65

ଭଞ୍ଜନଗର, ୧୩/୦୨(ପିପିଟି):କନ୍ଧମାଳ ଜିଲ୍ଲାରୁ ପୁରୀ କୁ କାର୍ ଯୋଗେ ବେଆଇନ ଗଞ୍ଜେଇ ଚାଲାଣ ବେଳେ ଶୁକ୍ରବାର ଭଞ୍ଜନଗର ପୁଲିସ ଜଣକୁ କାବୁ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ପୁରୀ ଜିଲ୍ଲା କାକଟପୁର ଥାନା ଗୋପୀକାନ୍ତପୁର ଗ୍ରାମର ମନୋଜ କୁମାର ଦାସ ବୋଲି ଜଣାପଡିଛି।ତା ନିକଟରୁ ୧୦୬ କେଜି ୬୫୦ ଗ୍ରାମ ଗଞ୍ଜେଇ ସହ ଏକ କାର,ନଗଦ ୧୨୦୦ ଟଙ୍କା ଓ ଏକ ମୋବାଇଲ ଫୋନ ଜବତ କରାଯାଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ,ଥାନା ଅଧିକାରୀ ଜିବନାନନ୍ଦ ଜେନାଙ୍କ ନିର୍ଦେଶ କ୍ରମେ ଏସ୍‌ଆଇ ସମୀର କୁମାର ସେଠି ଶୁକ୍ରବାର ଭଞ୍ଜନଗର ଫୁଲବାଣୀ ରାସ୍ତାରେ ପେଟ୍ରୋଲିଂ କରୁଥିଲେ। ସେହି ସମୟରେ ଅଭିଯୁକ୍ତ ଜଣକ ନିଜର କାରରେ ଗଞ୍ଜେଇ ନେଉଥିବା ଖବର ପାଇ ପୋଲିସ ଟିମ୍ ଖାରିଗୁଡା ଟୋଲ ଗେଟ୍ ଠାରେ ତାଙ୍କ କାର୍ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ କାର୍ ଗାଡିରୁ ୪ ବସ୍ତା ଗଞ୍ଜେଇ ବାହାରିଥିଲା। ପରେ ମାଜିଷ୍ଟ୍ରେଟ ତଥା ସହାୟକ ଜିଲ୍ଲାପାଳ ଜୀବନଜୋତି ନାୟକଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ଏନେଇ କେସ ନମ୍ବର ୧୪୪ ରେ ଏକ ମାମଲା ରୁଜୁ କରାଯାଇ ଶୁକ୍ରବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.