ବାସୁଦେବପୁର,୦୭/୦୯(ପିପିଟି):ବାସୁଦେବପୁର ଥାନା ଅଧିନ ସୁଦର୍ଶନପୁର ମାଛହାଟ ଛକଠାରୁ ଗଞ୍ଜେଇ ଚୋରା ଚାଲାଣ ସମୟରେ ପୋଲିସ ଗଞ୍ଜେଇ ବେପାରୀକୁ କାବୁ କରିବାରେ ସକ୍ଷମ ହୋଇଛି । ମିଳିଥିବା ସୂଚନା ମୁତାବକ, ଚୋରା ଗଞ୍ଜେଇ କାରବାର ଚାଲି ଆସୁଥିବାକୁ ନେଇ ପୋଲିସକୁ କୈାଣସି ସୁତ୍ରରୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଶନିବାର ବିଳମ୍ବିତ ରାତିରେ କାରବାର ଚାଲୁଥିବା ସମୟରେ ଅଚାନକ ପୋଲିସ ଚଢଉ କରି ସୁଦର୍ଶନପୁର ଅଞ୍ଚଳର ଦାମୋଦର ବେହେରାଙ୍କ ପୁଅ ଅମରେଶ ବେହେରାଙ୍କୁ ଗିରଫ କରିଛି । ଏହି ସମୟରେ ଏକକେଜି ସାତଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ସହିତ ପଚାଶ ହଜାର ଟଙ୍କା ଓ ମୋବାଇଲକୁ ପୋଲିସ ଜବତ କରିଛି । ଥାନା କେଶ ନଂ ୬୪୫/୨୫ ବଳରେ ମାମଲା ଋଜୁ କରି ବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରିଣୀ ଲୋପାମୁଦ୍ରା ନାୟକ ଜଣାଇଛନ୍ତି ।