ଗଞ୍ଜେଇ ଚାଲାଣ ଘଟଣାରେ ମହିଳା ଗିରଫ ।

0 322

ଭଞ୍ଜନଗର, ୦୨/୦୨(ପିପିଟି ):ଗତ ରବିବାର ଭଞ୍ଜନଗର ପୋଲିସ ଏହି ଥାନା ଅନ୍ତର୍ଗତ ନନ୍ଦିନୀ ପଲି ଛକରେ ଏକ ଜୁପିଟର ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ପାଇଥିଲା।ସଙ୍ଗେ ସଙ୍ଗେ ଭଞ୍ଜନଗର ଥାନା ଆଇଆଇସି ଜୀବନାନନ୍ଦ ଜେନା ଏସ ଆଇ ଜ୍ୟୋସ୍ନା ସାହୁ ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଇ ଥିଲେ।ସେଠାରେ ଛାନ୍ ଭିନ କରିବାରେ ଏକ ଜରି ବସ୍ତାରୁ ଗଞ୍ଜେଇ ବାହାରିଥିଲା। ପରବର୍ତ୍ତୀ ସମୟରେ ମାଜିଷ୍ଟ୍ରେଟ ଓ ସାକ୍ଷୀଙ୍କ ଉପସ୍ଥିତିରେ ଓଜନ କରିବାରେ ତାହା ୨୬,୨୮୦ ଗ୍ରାମ ହୋଇଥିଲା।ଏହି ଘଟଣାରେ କନ୍ଧମାଳ ଜିଲ୍ଲା ସିର୍ତିଗୁଡ଼ା ଗ୍ରାମର ନର୍ମଦା ବେହେରାଙ୍କୁ ଗିରଫ କରାଯାଇଛି। କନ୍ଧମାଳ କେ.ନୂଆଗାଁର ସିର୍ତିଗୁଡ଼ାରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଛି।
ଏହି ଘଟଣାରେ ଭଞ୍ଜନଗର ପିଏସ୍ କେସ୍ ନଂ. ୯୬/୨୬ ଏନଡିପିଏସ୍ ଆଇନ ଅନୁଯାୟୀ ଏକ କେସ ପଞ୍ଜିକୃତ ହୋଇଛି। ତାଙ୍କ ନିକଟରୁ ଏକ ଜୁପିଟର ସ୍କୁଟି ଯାହାର ରେଜିଷ୍ଟ୍ରେସନ୍ ନଂ. ଓଡି ୧୨ ଜି ୨୮୮୬, ନଗଦ ୧୮୨୦ ଟଙ୍କା ଏବଂ ୨୬ କିଲୋ ୨୮୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।ଘନ କୁହୁଡ଼ି ଯୋଗୁଁ ରାସ୍ତା ସ୍ପଷ୍ଟ ଦେଖି ନ ପାରି ଭାରସାମ୍ୟ ହରାଇ ଗାଡ଼ି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଘଟଣାସ୍ଥଳରୁ ଚାଳକ ଜଣକ ଫେରାର୍ ହୋଇଯାଇଛି। ଅଭିଯୁକ୍ତ ନର୍ମଦା ବେହେରାଙ୍କୁ ଗିରଫ କରାଯାଇ କୋର୍ଟକୁ ପଠାଯାଇଛି ବୋଲି ଆଇଆଇସି ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି।
(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.