ବ୍ରହ୍ମପୁର,୨୬/୦୧(ପିପିଟି):ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ସ୍ଥାନୀୟ କେ ସି ହାଇସ୍କୁଲ ଖେଳ ପଡିଆରେ ଗଞ୍ଜାମ ମହିଳା କ୍ରିକେଟ ଏସୋସିଏସନ ଓ ଜେ ଡ଼ି ଇନଷ୍ଟିଉସନ ମଧ୍ୟରେ ବନ୍ଧୁତ୍ୱ ପୁର୍ଣ୍ଣ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସଭାନେତ୍ରୀ ନିବେଦିତା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନ ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ ଉଦ୍ଘାଟନ କରି କ୍ଲବ ମାଧ୍ୟମରେ ଗଞ୍ଜାମର ମହିଳା କ୍ରିକେଟର ସୃଷ୍ଟି କରିବାରେ ପ୍ରୟାସ କରିବା ନିମନ୍ତେ ଆହ୍ୱାନ କରିଥିଲେ । ବିଶିଷ୍ଟ ଅତିଥିଭାବେ ସୁଶାନ୍ତ କୁମାର ସାବତ ଯୋଗଦେଇ ଏସୋସିଏସନର ପ୍ରଚେଷ୍ଟାକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ବହୁ ଉଚ୍ଚ ସ୍ତରୀୟ ମେଚ ଆୟୋଜନ କରିବା ସହ ମହିଳା କ୍ରିକେଟର ମାନଙ୍କୁ ତାଲିମ ବ୍ୟବସ୍ଥା କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ଧିରେନ ସାବତ ଓ ଆଶିଷ ସାବତ ମଂଚାସୀନ ଥିଲେ । ୨୦ ଓଭର ମେଚ ରେ ଗଞ୍ଜାମ ମହିଳା କ୍ରିକେଟ ଏସୋସିଏୟସନ ୭୮ ରନ କରିଥିବା ବେଳେ ଜେ ଡି ଇନ୍ଷଟିଉସନ ୭୬ ରନ ରେ ଅଲଆଉଟ ହୋଇଥିଲେ । ବେଷ୍ଟ ବେଡ଼ସ ୱମନ ଝରଣା ଦାସ,ବେଷ୍ଟ ବୋଲର ମିନତୀ ବେହେରା, ବେଷ୍ଟ ଫିଲଡର ସସ୍ମିତା ମହାନ୍ତି ପୁରସ୍କୃତ ହୋଇଥିଲେ । ମଧୁ ସୁଦନ ସାହୁ, ସୁଶୀଳା ମଲିକ, ପ୍ରଭାତୀ ପାଣିଗ୍ରାହୀ, ଜୟଶ୍ରୀ ପାଣିଗ୍ରାହୀ,ପ୍ରୀତିରାଣୀ ମହଲା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।