ଗଞ୍ଜାମ ଜିଲ୍ଲା ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ପୋଲସରା କୋର୍ଟ୍ ପରିଦର୍ଶନ।

0 190

ପୋଲସରା,୨୬/୦୭ (ପିପିଟି) :ଗଞ୍ଜାମ ଜିଲ୍ଲା ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ପ୍ରିୟମ୍ବଦା ସ୍ୱାଇଁ ମହୋଦୟା ପୋଲସରାକୁ ୪ ଦିବସୀୟ ଗସ୍ତକରି ପୋଲସରା କୋର୍ଟର ବାର୍ଷିକ ଅଡିଟ ସମ୍ପର୍କ କାର୍ଯ୍ୟ ସଫଳତାର ସହିତ ସମ୍ପାଦିତ କରିବାସହିତ ବ୍ରହ୍ମପୁରକୁ ପ୍ରତ୍ୟାଗମନ କରିଯାଇଛନ୍ତି। ଏହି ପରିପ୍ରେକ୍ଷୀରେ ପୋଲସରା କୋର୍ଟ୍ ମାଜିଷ୍ଟ୍ରେଟ ଏ ଅବିନାଶ ନାଇଡୁ ମହୋଦୟଙ୍କ ଉପସ୍ଥିତିରେ ଏବଂ କୋର୍ଟର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଉକ୍ତ ଅଡିଟ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଥିଲା। ଏ ମଧ୍ୟରେ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ମହୋଦୟା ବେଲଗାଁ ରୋଡଠାରେ ନିର୍ମାଣଧିନ ଥିବା ନୂତନ କୋର୍ଟଗୃହ ପରିଦର୍ଶନ କରିଥିଲେ। ଶେଷ ଦିବସ ଶୁକ୍ରବାର ଦିନ ପୋଲସରା ଓକିଲ ସଂଘ ପକ୍ଷରୁ କରାଯାଇଥିବା ଅନୁରୋଧକୁ ରକ୍ଷାକରି ସଂଘ ସଭାପତି କବିରାଜ ଦାସ ଓ ସମ୍ପାଦକ ବ୍ରଜେନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଏକ ସଭାକାର୍ଯ୍ୟରେ ମୁଖ୍ୟ ମାଜିଷ୍ଟ୍ରେଟ ମହୋଦୟା ଯୋଗଦେଇଥିଲେ। ଏହି ଅବସରରେ ସଂଘ ତରଫରୁ ଉଭୟ ମାଜିଷ୍ଟ୍ରେଟଙ୍କୁ ଫୁଲତୋଡ଼ା ଦିଆଯାଇ ସ୍ବାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ନୂତନ କୋର୍ଟଗୃହ ସହିତ ଅନ୍ୟାନ୍ୟ ବିଭିନ୍ନ ଦିଗପ୍ରତି ଆଲୋଚନା ହୋଇଥିଲା। ଏହି ସମୟରେ ସଂଘର ସହସମ୍ପାଦକ ବିଜୟ କୁମାର ସାସମଲ୍, କୋଷାଧ୍ୟକ୍ଷ ପ୍ରହଲ୍ଲାଦ ବିଷୋୟୀ, ପୂର୍ବତନ ସଭାପତି ସୁଶାନ୍ତ କୁମାର ସାହୁ ଓ ବଳରାମ ପ୍ରଧାନଙ୍କ ସମେତ ସତଚିବ୍ଦାନନ୍ଦ ପାଣିଗ୍ରାହୀ, ଏ ପ୍ରଶାନ୍ତ କୁମାର ଆଚାରୀ, ଏ ରବୀନ୍ଦ୍ର କୁମାର ପାତ୍ର,ସପନ ମିଶ୍ର,ଶରତଚନ୍ଦ୍ର ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ପାଢ଼ୀ, ବାସୁଦେବ ଡାକୁଆ, ହରପ୍ରସାଦ ଦାସ, ରଜନୀକାନ୍ତ ପ୍ରଧାନ, ରଜନୀକାନ୍ତ ମିଶ୍ର,ବ୍ରଜବନ୍ଧୁ ଦଳବେହେରା, ଏ ଦେବାଶିଷ ପାତ୍ର, କପିଳ ପୋଲେଇ, ଅନିଲ ମହାଙ୍କୁଡ, ସୁଜ୍ଞାନୀ କୁମାରୀ ସାହୁ ଓ ରତ୍ନାକର ପ୍ରଧାନ ଆଦି ଓକିଲବନ୍ଧୁ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.