ବ୍ରହ୍ମପୁର,୨୬/୦୩(ପିପିଟି): ସବୁ କଳ୍ପନାର ଅନ୍ତ ଘଟି ଶେଷରେ ଚଳିତ ପୌର ନିର୍ବାଚନର ଫଳାଫଳ ଆସିଯାଇଛି । ଗଞ୍ଜାମ ଜିଲ୍ଲାରେ ୧୭ ଟି ଏନ୍.ଏ.ସି ରୁ ବିଜେଡ଼ି ୧୧ ଟି ଅଧ୍ୟକ୍ଷ ପଦ ହାସଲ କରିଥିବା ବେଳେ ବିଜେପି ୦୩ , ସ୍ଵାଧୀନ ୦୨ ଏବଂ କଂଗ୍ରେସ ମାତ୍ର ୦୧ ଅଧ୍ୟକ୍ଷ ପଦ ହାସଲ କରିପାରିଛି । ୧୧ ଟି ଏନ୍.ଏ.ଏସି ଅଧ୍ୟକ୍ଷ ମାନେ ହେଲେ ବୁଗୁଡ଼ା ରୁ ଚିତ୍ରସେନ ପ୍ରଧାନ , ସୋରଡା ରୁ ଶିବଶଙ୍କର ପଣ୍ଡା , ବେଲଗୁଣ୍ଠା ରୁ କ୍ଷୀରୋଦ କୁମାର ସେଠୀ , ହିଞ୍ଜିଳିକାଟୁ ରୁ ସୁବାସ ପୋଲାଇ , ପୋଲସରା ରୁ ସଙ୍ଗୀତା ବେହେରା , ଭଞ୍ଜନଗର ରୁ ଗୋପବନ୍ଧୁ ମହାପାତ୍ର , କବିସୂର୍ଯ୍ୟନଗର ରୁ ଏସ୍.ଲକ୍ଷ୍ମୀ ସେଠୀ , ଚିକିଟି ରୁ ଦିପା ସାହୁ , ଆସ୍କା ରୁ ବନିତା ସ୍ବାଇଁ , ଗୋପାଳପୁରରୁ ଜାନକୀ ରାମ୍ମା , ଖଲିକୋଟରୁ ନିରଞ୍ଜନ ବେହେରା ବିଜୟ ହୋଇଛନ୍ତି । ସେଭଳି ୩ଟି ଅଧ୍ୟକ୍ଷ ପଦ ବିଜେପି କୋଦଳାରୁ ସୂର୍ଯ୍ୟନାରାୟଣ ନାୟକ,ରମ୍ଭାରୁ ମାନସୀ ସ୍ବାଇଁ , ଛତ୍ରପୁର ରୁ ଶର୍ମିଷ୍ଠା ପ୍ରଧାନ । ୨ଟି ଅଧ୍ୟକ୍ଷ ପଦ ସ୍ଵାଧୀନ ପ୍ରାର୍ଥୀ ଗଞ୍ଜାମରୁ ପ୍ରତିଭା ପାଢ଼ୀ , ପୁରୁଷତ୍ତମପୁର ରୁ ପ୍ରିୟଙ୍କା ଗୌଡ଼ । ଏବଂ କଂଗ୍ରେସ ୦୧ଟି ଅଧ୍ୟକ୍ଷ ଦିଗପହଣ୍ଡିରୁ ପ୍ରଫୁଲ୍ଲ କୁମାର ପଣ୍ଡା ବିଜୟ ହୋଇଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )