ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ପ୍ରସ୍ତୁତି ବୈଠକ ।

0 642

ଭଞ୍ଜନଗର,  ୧୨/୦୮(ପିପିଟି):ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା ଏକ ମହାନ ପର୍ବ ଅଟେ।ତେଣୁ ବହୁ ଶ୍ରଦ୍ଧାଳୁ ନିଜ ମନୋବାଞ୍ଛା ପୂରଣ ପାଇଁ ଏହି ଦଣ୍ଡଯାତ୍ରା ମାନସିକ ରଖିଥାନ୍ତି।ହେଲେ ଦିନକୁ ଦିନ ଦଣ୍ଡଯାତ୍ରା ସକାଶେ ଅତ୍ୟଧିକ ଖର୍ଚ୍ଚ ହେଉଥିବା ଦେଖି ସାଧାରଣ ମାନସିକଧାରୀ ଟିଏ ପକ୍ଷେ ଏହି ଯାତ୍ରା ସମାପନ କରିବା କଷ୍ଟକର ହୋଇପଡ଼ିଛି।ଏହାର ମୁଖ୍ୟ କାରଣ ହେଲା ମନୋରଞ୍ଜନ କାର୍ଯ୍ୟକ୍ରମ ସକାଶେ ଗଞ୍ଜାମ ଜିଲ୍ଲାରେ ଆବଶ୍ୟକତା ଅନୁଯାୟୀ ନାରୀ ଅଭିନେତ୍ରୀ, ଚିତ୍ରାଳୟ, ମ୍ୟୁଜିକ, ଗ୍ରୁପ ଡ୍ୟାନ୍ସ ନଥିବାରୁ ଅନ୍ୟାନ୍ୟ ଜିଲ୍ଲା ଉପରେ ନିର୍ଭର କରିବାକୁ ପଡ଼େ।ଏହାର ଫାଇଦା ଉଠାଇ ସେମାନେ ମନଇଚ୍ଛା ଟଙ୍କା ଦାବି କରୁଛନ୍ତି।ଫଳରେ ବିଭିନ୍ନ ଯାତ୍ରା କମିଟି ଏହାଦ୍ୱାରା କ୍ଷତି ସହୁଛନ୍ତି।ତେଣୁ ଏହାର ସମାଧାନ ପାଇଁ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘ ଅଣ୍ଟା ଭିଡ଼ିଛି।ଆସନ୍ତା ୧୫ ତାରିଖରେ ଆସିକା ଠାରେ ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକର ଆୟୋଜନ କରାଯାଇଛି।ଏହି ପରିପ୍ରେକ୍ଷୀରେ ଆଜି କାଳଷଣ୍ଢ ପୁର କାଳୀ ମନ୍ଦିରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।କିଭଳି ବିଭିନ୍ନ ଅନୁଷ୍ଠାନକୁ ନେଇ ଏକ ନିର୍ଦ୍ଧାରିତ ଦର ପ୍ରସ୍ତୁତ କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା।ଏଥିରେ ସଂଘର ସଭାପତି ଶିବରାମ ପ୍ରଧାନ, ସମ୍ପାଦକ
ଶରତ ଚନ୍ଦ୍ର ସାହୁ,ନିରଞ୍ଜନ ପୋଲାଇପ୍ରଦୀପ କୁମାର ପଣ୍ଡା,
କୃଷ୍ଣ ଚନ୍ଦ୍ର ପଣ୍ଡା,ନିର୍ଦ୍ଦେଶକ ଧନମାଳି ସୀୟ,ଗୋପୀନାଥ ସ୍ୱାଇଁ,
ଲମ୍ବୋଦର ବିଶ୍ଵାଳ,ତିରୁପତି ମହାରଣା,ତୋଫାନ,ଟୁକୁନାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଆସିକା, କବିସୂର୍ଯ୍ୟନଗର, ବ୍ରହ୍ମପୁର, ଭଞ୍ଜନଗର, ଗୁଡ଼ିଆଳି, ଜାହାଡ଼ା ଅଞ୍ଚଳର ବିଭିନ୍ନ ଯାତ୍ରା କମିଟିର କର୍ମକର୍ତ୍ତା ଆଲୋଚନାରେ ଭାଗ ନେଇଥିଲେ।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.