ଗଞ୍ଜାମ ଜିଲ୍ଲାରେ ସୂଚନା ଅଧିକାର ଆଇନ କୋମାରେ।

0 465

ବ୍ରହ୍ମପୁର,୦୨/୦୫(ପିପିଟି):ଗଞ୍ଜାମ ଜିଲ୍ଲାରେ ଦୁର୍ନୀତି ବଢିବାରେ ଲାଗିଛି। ତଳ ଠାରୁ ଆରମ୍ଭ କରି ଉପର ପର୍ଯ୍ୟନ୍ତ ସମସ୍ତେ ମିଳିମିଶି ଦୁର୍ନୀତିକୁ ସରଳୀକରଣ କରିବାରେ ଲାଗିଛନ୍ତି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସମିତିରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ଜିଲ୍ଲା ପ୍ରଶାସନର ବିନା ସହମତିରେ ଦୁର୍ନୀତି ହେବା ସମ୍ଭବ ନୁହେଁ। କବିସୂର୍ଯ୍ୟନଗର, ପୋଲସରା,ପାତ୍ରପୁର,ଦିଗପଣ୍ଡି ଓ ସାନଖେମୁଣ୍ଜି ବ୍ଲକରେ ସୂଚନା ତଥ୍ଯ ମାଗିଲେ ତଥ୍ଯ ମିଳେ ନାହିଁ। ବିଡିଓ ମାନଙ୍କ ଜ୍ଞାତସାରରେ ସବୁକିଛି ହୁଏ। ବିଡିଓ ମାନେ ଜାଣିଶୁଣି ଜନ ସୂଚନା ଅଧିକାର ଆଇନକୁ ଅଣଦେଖା କରି ଆଇନର ଧଜିଆ ଉଡାନ୍ତି। ଏମାନଙ୍କ ବିରୁଦ୍ଧରେ ଆଖି ଦୃଷ୍ଟିଆ ଆଇନଗତ ଓ ବିଭାଗୀୟ କାର୍ଯ୍ୟନୁଷ୍ଠାନ ହେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Leave A Reply

Your email address will not be published.