ଗଞ୍ଜାମ ଜିଲ୍ଲାରେ ଶିଶୁ ବିକାଶ ଓ ପୋଷଣ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ।
ଛତ୍ରପୁର,୦୮/୦୩(ପିପିଟି): ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ସ୍ଥାନୀୟ ଋଷିକୁଲ୍ୟା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ୱି କୀର୍ତ୍ତି ଭାସନ, ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ବେହେରା, ସମାଜ ମଙ୍ଗଳ ଅଧିକାରୀ ପାର୍ବତୀ ସୋରେନ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗଞ୍ଜାମ ଜିଲ୍ଲାରେ ଶିଶୁ ବିକାଶ ଓ ପୋଷଣ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ସହ ପୋଷଣ ଅଭିଯାନ (୨୦୨୫–୨୬) ଅଧୀନରେ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ଅନେକ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରେଷ୍ଠ ସିଡିପିଓ ଶ୍ରେଣୀରେ ବ୍ରହ୍ମପୁର–୧ ପ୍ରକଳ୍ପର ଗୀତା ରାଣୀ ରାଉଳ, ବେଲଗୁଣ୍ଠା ପ୍ରକଳ୍ପର ନଳିନୀ କୁମାରୀ ମହାରଣା ଓ ଜେ.ଏନ୍. ପ୍ରସାଦ ପ୍ରକଳ୍ପର ଗୀତାଞ୍ଜଳି ପାଣିଗ୍ରାହୀ ସମ୍ମାନିତ ହୋଇଥିବା ବେଳେ ପୋଷଣ ଅଭିଯାନ ଅଧୀନରେ ଶେରଗଡ଼ା ପ୍ରକଳ୍ପର ମମତାଞ୍ଜଳି ପଣ୍ଡାଙ୍କୁ ମଧ୍ୟ ଶ୍ରେଷ୍ଠ ସିଡିପିଓ ଭାବେ ଚୟନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଶ୍ରେଷ୍ଠ ମହିଳା ସୁପରଭାଇଜର ଶ୍ରେଣୀରେ ଖଲିକୋଟ ପ୍ରକଳ୍ପର ଭାରତୀ ବେହେରା, ବ୍ରହ୍ମପୁର–୨ ପ୍ରକଳ୍ପର ମମତା ମହାନ୍ତି ଓ ବୁଗୁଡ଼ା ପ୍ରକଳ୍ପର ଜି. ରଶ୍ମି ସମ୍ମାନିତ ହୋଇଥିବା ବେଳେ ପୋଷଣ ଅଭିଯାନ ଅଧୀନରେ ସାନଖେମୁଣ୍ଡି ପ୍ରକଳ୍ପର ମମତା କୁମାରୀ ଦେବୀ ଓ ବେଗୁନିଆପଡ଼ା ପ୍ରକଳ୍ପର ମିନତୀ କୁମାରୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଶ୍ରେଷ୍ଠ ଅଙ୍ଗନୱାଡି କର୍ମୀ ଶ୍ରେଣୀରେ ଆସ୍କା ପ୍ରକଳ୍ପର ଚେନିଆମାନିଆ କେନ୍ଦ୍ରର ରଶ୍ମିତା ଗୌଡ଼, ଛତ୍ରପୁର ପ୍ରକଳ୍ପର ସାନ ନୋଳିଆ ନୁଆଗାଁ କେନ୍ଦ୍ରର ରଜନୀ ନାୟକ ଓ ଦିଗପହଣ୍ଡି ପ୍ରକଳ୍ପର ଅଙ୍କରଡା–୧ କେନ୍ଦ୍ରର ପି. ବିଜୟଲକ୍ଷ୍ମୀ ଡୋରା ପୁରସ୍କୃତ ହୋଇଥିବା ବେଳେ ପୋଷଣ ଅଭିଯାନ ଅଧୀନରେ ରଙ୍ଗେଇଲୁଣ୍ଡା ପ୍ରକଳ୍ପର ଗୁନାଷ୍ଟ୍ରିଟ୍ କେନ୍ଦ୍ରର କେ. କାମେଶ୍ୱରୀ, କୁକୁଡ଼ାଖଣ୍ଡି ପ୍ରକଳ୍ପର ପୁରୁଣାପାଟଣା–୧ କେନ୍ଦ୍ରର ଜମୁନା ପ୍ରଧାନ, ପାତ୍ରପୁର ପ୍ରକଳ୍ପର ଆଣ୍ଡାନାଡା କେନ୍ଦ୍ରର କେଶବତୀ ପ୍ରଧାନ ଓ ସୁରୁଡା ପ୍ରକଳ୍ପର ଗୋଛା–୧ କେନ୍ଦ୍ରର ଲତା ପଟ୍ଟନାୟକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।
ସେହିପରି ଶ୍ରେଷ୍ଠ ଅଙ୍ଗନୱାଡି ସହାୟିକା ଶ୍ରେଣୀରେ ଗଞ୍ଜାମ ପ୍ରକଳ୍ପର ଗୋଖୁରକୁଡ଼ା–୨ କେନ୍ଦ୍ରର ପି. ସରସ୍ୱତୀ ସ୍ୱାଇଁ, କେ.ଏସ୍. ନଗର ପ୍ରକଳ୍ପର ବଡ଼ଗୁଳା–ସି କେନ୍ଦ୍ରର ଅମୁଲ୍ୟା ଗୌଡ଼ ଓ ହିଞ୍ଜିଳିକାଟୁ ପ୍ରକଳ୍ପର ନନ୍ଦିକା–୧ କେନ୍ଦ୍ରର ଜ୍ୟୋତ୍ସ୍ନାରାଣୀ ପ୍ରଧାନ ସମ୍ମାନିତ ହୋଇଥିବା ବେଳେ ପୋଷଣ ଅଭିଯାନ ଅଧୀନରେ ପୁରୁଷୋତ୍ତମପୁର ପ୍ରକଳ୍ପର ସିତାରାମପଲ୍ଲୀ କେନ୍ଦ୍ରର କାମିନୀ ମଣ୍ଡଳ, ଚିକିଟି ପ୍ରକଳ୍ପର ୱାର୍ଡ ନଂ–୪ କେନ୍ଦ୍ରର ରୀତା ଜେନା ଓ ଭଞ୍ଜନଗର ପ୍ରକଳ୍ପର ଛେଡ଼ାଭୁଇଁ–୨ କେନ୍ଦ୍ରର ବବିତା ପ୍ରଧାନଙ୍କୁ ମଧ୍ୟ ପୋଷଣ ଓ ଶିଶୁ ବିକାଶ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ବୟନରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା ।