ଗଞ୍ଜାମ ଜିଲ୍ଲାରେ ଅଦ୍ୟାବଧି ୮୮ ପ୍ରତିଶତ ଧାନ କ୍ରୟ କରାଯାଇସାରିଛି ।

0 291

ବ୍ରହ୍ମପୁର,୧୬ /୦୨(ପିପିଟି): ଗଞ୍ଜାମ ଜିଲ୍ଲା ରାଜ୍ୟର ସବୁଠାରୁ ବଡ଼ କୃଷିପ୍ରଧାନ ଜିଲ୍ଲାମାନଙ୍କ ମଧ୍ୟରୁ ଅନ୍ୟତମ । ଏଠାରୁ ପ୍ରତିବର୍ଷ ଲକ୍ଷାଧିକ ଚାଷୀଙ୍କ ଠାରୁ ବିପୁଳ ପରିମାଣରେ ଧାନ କ୍ରୟ କରାଯାଇଥାଏ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମତେ ଗଞ୍ଜାମ ଜିଲ୍ଲା ପ୍ରଶାସନ,ଉପଖଣ୍ଡ ପ୍ରଶାସନ ଓ ବ୍ଲକ ପ୍ରଶାସନମାନଙ୍କ ପକ୍ଷରୁ ମଣ୍ଡିଗୁଡିକର ସୁପରିଚାଳନା,ସୁବିଧାରେ ପଞ୍ଜିକରଣ,ତାସହ ତ୍ୱରିତ ଓ ସମୟୋଚିତ ଭାବେ ଚାଷୀମାନଙ୍କ ଖାତାକୁ ଆର୍ଥିକ ପ୍ରାବଧାନ ପହଞ୍ଚାଇବାକୁ ବିଭିନ୍ନ ସମୟଉପଯୋଗୀ ବ୍ୟବସ୍ଥା କରାଯାଇଛି।

ଫଳ ସ୍ୱରୂପ, ଗଞ୍ଜାମ ଜିଲ୍ଲା ଚଳିତ ଧାନ କ୍ରୟ ଋତୁରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଜ଼ିଲ୍ଲାରେ ମୋଟ ୫୪,୪୬,୨୦୧ କ୍ୱିଣ୍ଟାଲ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରୁ ୪୭,୯୮,୫୮୮ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇ ପ୍ରାୟ ୮୮ ପ୍ରତିଶତ ଲକ୍ଷ୍ୟ ଆଜି ତାରିଖ ସୁଦ୍ଧା ହାସଲ କରାଯାଇପାରିଛି । ଏହାଠାରୁ ଅଧିକ ସ୍ୱାଗତଯୋଗ୍ୟ କଥା ଏହିକି ଯେ, ୧,୨୧,୮୧୬ ଜଣ ଚାଷୀଭାଇଭଉଣୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଡିବିଟି ମାଧ୍ୟମରେ ୧୦୫୫ କୋଟିରୁ ଅଧିକ ଟଙ୍କା ପହଂଚିସାରିଛି । ବିଗତ ବର୍ଷ ଗୁଡିକ ତୁଳନାରେ ଅଧିକ କ୍ଷିପ୍ର ଗତିରେ ଏ ବର୍ଷ ଧାନ କ୍ରୟ ପ୍ରକ୍ରିୟା ଆଗେଇ ଚାଲିଛି । ତେଣୁ, ଚାଷୀଭାଇଭଉଣୀମାନଙ୍କ ମଧ୍ୟରେ ମୋଟାମୋଟି ଭାବରେ ଆନନ୍ଦ ପରିଲିକ୍ଷିତ ହେଉଛି । ଏହି ଏକ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ଆର୍ଥିକ ପ୍ରାବଧାନ ଜିଲ୍ଲାର ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରିବା ସହିତ ଅନ୍ନଦାତା ଚାଷୀଭାଇଭଉଣୀମାନଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରିପାରିଛି । ସୁଚିନ୍ତିତ ପରିକଳ୍ପନା, ନିରନ୍ତର ନିରୀକ୍ଷଣ, ଗଣମାଧ୍ୟମରେ ପ୍ରକାଶିତ ଖବର ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଏବଂ ସମନ୍ୱୟମୂଳକ ପଦକ୍ଷେପ ଫଳରେ ଏହି ଆଖିଦୃଶିଆ ସଫଳତା ମିଳିପାରିଛି ।

ଅନ୍ନଦାତା ଚାଷୀଭାଇଭଉଣୀମାନଙ୍କର ଯେ କୌଣସି ସମସ୍ୟାକୁ ଜିଲ୍ଲା ପ୍ରଶାସନ ସବୁବେଳେ ଗୁରୁତ୍ୱର ସହିତ ଗ୍ରହଣ କରିଛି। ଜିଲ୍ଲାପାଳଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ଧାନ କ୍ରୟ ସମ୍ବନ୍ଧିତ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି । ଗଞ୍ଜାମ ଏକ ବିଶାଳ ଜିଲ୍ଲା ହୋଇଥିବା ସତ୍ତ୍ୱେ, ନିୟମିତ ସମୀକ୍ଷା ବୈଠକ, ଗଣମାଧ୍ୟମରେ ପ୍ରକାଶିତ ଖବର ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ, ମଣ୍ଡି ପର୍ଯ୍ୟବେକ୍ଷଣ ଏବଂ ପ୍ୟାକ୍ସ ଓ ସମ୍ବନ୍ଧିତ ସଂସ୍ଥାମାନଙ୍କ ସହ ସମନ୍ୱୟ ମାଧ୍ୟମରେ ବିଭିନ୍ନ ବାଧାବିଘ୍ନକୁ ଦୂର କରାଯାଇଆସିଛି ଯାହା ଫଳରେ ୮୮ ପ୍ରତିଶତ ଧାନ କ୍ରୟ ହୋଇସାରିଛି । ଆଉ ବଳକା ଧାନ ଖୁବ ଶୀଘ୍ର କ୍ରୟ କରାଯିବ ବୋଲି ଜ଼ିଲ୍ଲପାଳ ଶ୍ରୀ ଓ୍ବି କୀର୍ତ୍ତି ଓ୍ବାସନ୍ ପ୍ରକାଶ କରିଛନ୍ତି ।

ଜିଲ୍ଲା ପ୍ରଶାସନ ଜିଲ୍ଲାର ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କୁ ପ୍ରୋତ୍ସାହିତ ଓ ଲାଭାନ୍ବିତ କରିବା ସହିତ ସୁଚାରୁ ଭାବରେ ଧାନ କ୍ରୟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି, ବୋଲି ସେ ଉଲ୍ଲେଖ କରିଛନ୍ତି ।

ବ୍ଲକ ଅନୁଯାୟୀ ଧାନ କ୍ରୟ ତଥ୍ୟ,
ଦିଗପହାଣ୍ଡି ବ୍ଲକରେ ୩,୬୬,୧୨୦.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୩,୪୮,୦୪୭.୭୩ କ୍ୱିଣ୍ଟାଲ ଧାନ କ୍ରୟ ହୋଇଛି । ଦିଗପହାଣ୍ଡି ବ୍ଲକରେ ଜ଼ିଲ୍ଲାର ସର୍ବାଧିକ ୯୫.୦୬ ପ୍ରତିଶତ ଧାନ କ୍ରୟ ହୋଇଛି ।

ପାତ୍ରପୁର ବ୍ଲକରେ ୩,୨୯,୨୭୦.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୩,୧୨,୫୬୦.୦୬ କ୍ୱିଣ୍ଟାଲ କ୍ରୟ ହୋଇଛି । ଅର୍ଥାତ ଜ଼ିଲ୍ଲାର ଦ୍ଵିତୀୟ ସର୍ବାଧିକ ୯୪.୯୩ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ଧରାକୋଟ ବ୍ଲକରେ ୨,୫୭,୨୦୯.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୨,୩୮,୭୦୮.୦୩ କ୍ୱିଣ୍ଟାଲ କ୍ରୟ ସରିଛି ଅତଏବ ଜ଼ିଲ୍ଲାର ତୃତୀୟ ସର୍ବାଧିକ ୯୨.୮୧ ପ୍ରତିଶତ ଧାନ କ୍ରୟ ହୋଇଛି ।

ବୁଗୁଡା ବ୍ଲକରେ ୧,୯୮,୦୩୬.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୧,୮୨,୧୮୬.୭୫ କ୍ୱିଣ୍ଟାଲ କ୍ରୟ ହୋଇସାରିଛି । ଅତଏବ ୯୨.୦୦ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ଶେରଗଡା ବ୍ଲକରେ ୨,୧୬,୭୩୨.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୧,୯୯,୩୭୯.୮୮ କ୍ୱିଣ୍ଟାଲ କ୍ରୟ ହୋଇଛି ଅତଏବ ୯୧.୯୯ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

କୁକୁଡାଖଣ୍ଡି ବ୍ଲକରେ ୩,୨୨,୯୨୬.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୨,୯୫,୨୩୯.୫୨ କ୍ୱିଣ୍ଟାଲ କ୍ରୟ ହୋଇଛି ଅତଏବ ୯୧.୪୩ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ବେଲାଗୁଣ୍ଠା ୧,୪୯,୫୦୯.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୧,୩୬,୩୫୫.୪୪ କ୍ୱିଣ୍ଟାଲ କ୍ରୟ ହୋଇଛି ଅତଏବ ୯୧.୨୦ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ସୁରଡା ବ୍ଲକରେ ୨,୪୫,୨୦୧.୫୪ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୨,୨୩,୩୬୦.୯୯ କ୍ୱିଣ୍ଟାଲ କ୍ରୟ ହୋଇଛି ଅତଏବ ୯୧.୦୯ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ଚିକିଟି ବ୍ଲକରେ ୨,୧୩,୬୭୮.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୧,୯୪,୦୫୮.୧୩ କ୍ୱିଣ୍ଟାଲ କ୍ରୟ ହୋଇଛି ଅତଏବ ୯୦.୮୨ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ସାନଖେମୁଣ୍ଡି ବ୍ଲକରେ ୩,୩୮,୮୦୪.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୩,୦୬,୫୧୧.୨୨ କ୍ୱିଣ୍ଟାଲ କ୍ରୟ ହୋଇଛି ଅତଏବ ୯୦.୪୭ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ଜଗନ୍ନାଥପ୍ରସାଦ ବ୍ଲକରେ ୧,୯୮,୨୨୦.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୧,୭୮,୭୬୦.୮୦ କ୍ୱିଣ୍ଟାଲ କ୍ରୟ ହୋଇସାରିଛି ଅତଏବ ୯୦.୧୮ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ଭଞ୍ଜନଗର ବ୍ଲକରେ ୨,୦୩,୫୮୬.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୧,୮୦,୦୭୩.୪୩ କ୍ୱିଣ୍ଟାଲ କ୍ରୟ ହୋଇଛି, ଅତଏବ ୮୮.୪୫ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ହିଞ୍ଜିଳିକାଟୁ ବ୍ଲକରେ ୨,୭୮,୩୯୦.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୨,୪୫,୮୭୭.୫୦ କ୍ୱିଣ୍ଟାଲ କ୍ରୟ ହୋଇଛି, ଅତଏବ ୮୮.୩୨ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ଛତ୍ରପୁର ବ୍ଲକରେ ୨,୨୧,୩୮୮.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୧,୯୧,୧୯୪.୬୫ କ୍ୱିଣ୍ଟାଲ କ୍ରୟ ହୋଇଛି, ଅତଏବ ୮୬.୩୬ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ଆସ୍କା ବ୍ଲକରେ ୨,୬୮,୫୦୮.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୨,୩୦,୯୩୦.୦୨ କ୍ୱିଣ୍ଟାଲ କ୍ରୟ ହୋଇଛି, ଅତଏବ ୮୬.୦୦ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ପୋଲସରା ବ୍ଲକରେ ୧,୭୬,୯୫୮.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୧,୫୧,୯୫୬.୨୮ କ୍ୱିଣ୍ଟାଲ କ୍ରୟ ହୋଇଛି, ଅତଏବ ୮୫.୮୭ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ରଙ୍ଗେଇଲୁଣ୍ଡା ବ୍ଲକରେ ୧,୯୩,୯୦୦.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୧,୬୪,୭୪୦.୩୩ କ୍ୱିଣ୍ଟାଲ କ୍ରୟ ହୋଇଛି, ଅତଏବ ୮୪.୯୬ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ଗଞ୍ଜାମ ବ୍ଲକରେ ୨,୦୭,୨୪୫.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୧,୭୩,୨୯୭.୭୭ କ୍ୱିଣ୍ଟାଲ କ୍ରୟ ହୋଇଛି, ଅତଏବ ୮୩.୬୨ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ଖଲ୍ଲିକୋଟେ ବ୍ଲକରେ ୨,୬୫,୮୨୮.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୨,୨୧,୧୫୬.୪୧ କ୍ୱିଣ୍ଟାଲ କ୍ରୟ ହୋଇଛି, ଅତଏବ ୮୩.୨୦ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

କବିସୂର୍ଯ୍ୟନଗର ୨,୦୧,୦୮୪.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୧,୫୭,୩୯୧.୭୬ କ୍ୱିଣ୍ଟାଲ କ୍ରୟ ହୋଇଛି, ଅତଏବ ୭୮.୨୭ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ବେଗୁନିଆପଡା ବ୍ଲକରେ ୨,୩୦,୭୨୬.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୧,୭୫,୩୩୯.୧୪ କ୍ୱିଣ୍ଟାଲ କ୍ରୟ ହୋଇଛି, ଅତଏବ ୭୫.୯୯ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ପୁରୁଷୋତ୍ତମପୁର ୩,୬୧,୩୩୩.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୨,୬୭,୦୮୪.୮୪ କ୍ୱିଣ୍ଟାଲ କ୍ରୟ ହୋଇଛି, ଅତଏବ ୭୩.୯୨ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ବିଭାଗୀୟ ସୂଚନା ଅନୁଯାୟୀ, ଗଂଜାମ ଜିଲ୍ଲାରେ ୧,୫୬,୭୧୩ ଜଣ ପଂଜିକୃତ ଚାଷୀଙ୍କ ମଧ୍ୟରୁ ୧,୩୦,୧୪୦ ଜଣ ଧାନ ବିକ୍ରୟ କରିସାରିଛନ୍ତି । ସର୍ବମୋଟ ୫୪,୪୪,୬୫୧.୫୪ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୪୭,୭୪,୨୧୦.୬୮ କ୍ୱିଣ୍ଟାଲ କ୍ରୟ ହୋଇସାରିଛି ଯାହା ମୋଟ ଶତାଂଶର ୮୭.୬୯ ପ୍ରତିଶତ ଅଟେ ।

Leave A Reply

Your email address will not be published.