ଗଞ୍ଜାମରେ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ।

0 278

ଛତ୍ରପୁର,୧୭/୦୧(ପିପିଟି):ଆଦିନିଆ ବର୍ଷାରେ ରାଜ୍ୟରେ ସବୁଠୁ ଅଧିକ ଫସଲ କ୍ଷତି ଗଞ୍ଜାମ ଜିଲ୍ଲାରେ ହୋଇଛି । ଏନେଇ ଆଜି ଗଞ୍ଜାମ ଗ୍ରସ୍ତ କରି ସମୀକ୍ଷା କରୁଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳ ସମିଳନୀ କକ୍ଷରେ

ଫସଲ କ୍ଷତି ବାବଦକୁ ନେଇ କରୁଛନ୍ତି ସମିକ୍ଷା । ଗଞ୍ଜାମ ରେ ୨୩ ଟି ତହସିଲରେ ୬୦୭୧୨.୬୧ ହେକ୍ଟର ଚାଷ କ୍ଷତି ହୋଇଥିଲା । ୧ଲକ୍ଷ ୬୪ ହଜାର ୮୬ ଜଣ ଚାଷୀଙ୍କ ଫସଲ ହୋଇଥିଲା କ୍ଷତି ହୋଇଥିବା ବେଳେ ଗଞ୍ଜାମ ଜିଲାକୁ ୮୯ କୋଟି ୭୯ଲକ୍ଷ ୨ହଜାର ୬୩ ଟଙ୍କା ମଞ୍ଜୁର ହୋଇଥିବା ବେଳେ ୯୨ ହଜାର ୩୦୮ ଜଣ ଚାଷୀଙ୍କ ଖାତାକୁ ଗଲାଣି ୪୫ କୋଟି ୬୫ ଲକ୍ଷ ୭୨ ହଜାର ୭୫ ଟଙ୍କା ଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଦୁଇଥର ଲଗାଣ ବର୍ଷାରେ ରାଜ୍ୟରେ ସବୁଠାରୁ ଅଧିକ କ୍ଷୟକ୍ଷତି ଗଞ୍ଜାମ ଜିଲା ହୋଇଥିଲା । ଏନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ରିର୍ପୋଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା । ଏଯାଵତ କେତେ ଚାଷୀଙ୍କ କ୍ଷୟକ୍ଷତି ରାଶି ପ୍ରଦାନ କରାଯାଇଛି ତାହା ପଚାରି ବୁଝିବା ସହ ବିଭିନ୍ନ ବିଷୟରେ ଆଲୋଚନା କରୁଛନ୍ତି । ଏହି ସମୀକ୍ଷା ବୈଠକରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ ପାଣିଗ୍ରାହୀ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର,ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ସମେତ ବିଭାଗୀୟ ଅଧିକାରୀ ଓ ସମସ୍ତ ତହସିଲଦାର ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.