ଖୋଲିଲା ମଣ୍ଡି, ଧାନକିଣାକୁ ନେଇ ଅନିଶ୍ଚିତତା ।

0 311

ବାସୁଦେବପୁର,୦୭/୦୧:ଚାଷ ପାଇଁ ଚାଷୀକୂଳ ନାହିଁ ନଥିବା ହୀନସ୍ତା ହେବାକୁ ପଡୁଛି । ଅଭାବି ଧାନ ବିକ୍ରୀ ସାଥିକୁ କଟନିଛଟଣି ଅଭିଯୋଗକୁ ନେଇ ରାଜ୍ୟ ସରକାର ଧାନମଣ୍ଡିରେ କୈାଣସି ପ୍ରକାରର ବ୍ୟତିକ୍ରମକୁ ବରଦାସ୍ତ କରାଯିବନି ବୋଲି ତାଗିଦ କରିଛନ୍ତି । ଯାହାକୁ ନେଇ ବିଳମ୍ବ ହେଲେବି ବାସୁଦେବପୁରର ସମସ୍ତ ଧାନମଣ୍ଡି ଆଜି ସୁଦ୍ଧା ଖୋଲିଯାଇଛି । ମାତ୍ର ଧାନ କିଣିବାକୁ ନେଇ ଅନିଶ୍ଚିତତା ରହିଛି ବୋଲି କ୍ଷୋଭର ସହ କୁମାରପୁର ସମବାୟ ସମିତିର ସଂପାଦକ ଡମ୍ବରୁଧର ରାଉତ କହିଛନ୍ତି । ସଂପାଦକ ଶ୍ରୀ ରାଉତଙ୍କ କହିବା ମୁତାବକ, ଧାନଚାଷୀ ଋଣ କରି ସେହି ଅର୍ଥରାଶିକୁ ନିଜ କ୍ଷେତରେ ଲଗାଇଥିଲା । ବାତ୍ୟା ଦାନା ପାଇଁ ନଇଘେରଦ ଅଞ୍ଚଳରେ ଥିବା ସମସ୍ତ ପଞ୍ଚାୟତ ମାନଙ୍କରେ ଧାନକ୍ଷେତ ବେଶ ପ୍ରଭାବିତ ହୋଇଥିବା ବେଳେ ପରବର୍ତ୍ତି ସମୟରେ ଅଦିନିଆ ବର୍ଷାରେ ଧାନକ୍ଷେତ ସଂପୁର୍ଣ୍ଣ ଉଜୁଡି ଯାଇଛି । ୨୦୨୩-୨୪ ଆର୍ଥୀକ ବର୍ଷରେ ଏହି ସମବାୟ ସମିତିରେ ୨୯୦ଜଣଚାଷୀ ସେମାନଙ୍କ ନାମ ପଞ୍ଜିକୃତ କରାଇବା ପରେ ସେମାନଙ୍କ ଠାରୁ ୫୨୧୯.୪୬କ୍ୱୀଣ୍ଟାଲ ଧାନ କିଣା ଯାଇଥିଲା । ମାତ୍ର ଚଳିତ ବର୍ଷ ସମାନ ଭାବରେ ଚାଷୀ ଧାନ ବିକିବା ପାଇଁ ସେମାନଙ୍କ ନାମ ପଞ୍ଜିକୃତ କରିଥିବା ବେଳେ ବାତ୍ୟା ଦାନା ଓ ଅଦିନିଆ ବର୍ଷା ପାଇଁ ଚାଷୀ ତାର ଧାନ ଅମଳର ପରିମାଣ ହ୍ରାସ ପାଇଛି । ଯାହାଫଳରେ ଧାନକିଣିବାକୁ ନେଇ ଅନିଶ୍ଚିତତା ଦେଖାଦେଇଛି ।

Leave A Reply

Your email address will not be published.