ଖୁକୁଣ୍ଡିଆ ଉଚ୍ଚ ବିଦ୍ୟାଳୟ ଠାରେ ସପ୍ତମ କ୍ଲଷ୍ଟର ସ୍ତରୀୟ ବୈଠକ ।

0 252

ବେଲଗୁଣ୍ଠା ,୩୧/୦୧(ପିପିଟି):ଗାଙ୍ଗପୁର ଥାନା ଅନ୍ତର୍ଗତ ବାଙ୍ଗରଡ଼ା ପଂଚାୟତ ଖୁକୁଣ୍ଡିଆ ଉଚ୍ଚ ବିଦ୍ୟାଳୟ ଠାରେ ସପ୍ତମ କ୍ଲଷ୍ଟର ସ୍ତରୀୟ ବୈଠକ ସିଆରସିସି ରଂଜିତା ପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରଧାନଶିକ୍ଷକ ଭଗବାନ ସ୍ୱାଇଁ ଙ୍କ କରକମଳରେ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ!ଏହି ବୈଠକରେ ପ୍ରଧାନଶିକ୍ଷକ ଜୟରାମ ବେହେରା ବାଙ୍ଗରଡ଼ା, ଅଳକା ପଣ୍ଡା ସିଙ୍ଗିପୁର, କେଶରାପଲ୍ଲୀ ରିତା ବେହେରା କେନ୍ଦୁପଦର ରାଜେନ୍ଦ୍ର ପ୍ରଧାନ, ନାହାଡା ବଂଶୀଧର ପରିଡା, ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଗୀତାଞ୍ଜଳି ଦାସ, ପୁଷ୍ପାଞ୍ଜଳୀ ବେହେରା, ସଂଗୀତା ମଞ୍ଜରୀ ଶତପଥୀ, ମମତା ପରିଛା, ମେଘନାଦ ଦଳବେହେରା, ବନ୍ଦନା ମହାରଣା, ପ୍ରିୟଙ୍କା ପଣ୍ଡା, ମମତା ସ୍ୱାଇଁ, ସଂଘମିତ୍ରା ସ୍ୱାଇଁ, ସଂଗୀତା ପ୍ରଧାନ, ବିଧ୍ୟାଧର ସାହୁ, ଶିବରାମ ପରିଡା, ଲିତାରାଣୀ ପାତ୍ର, ପର୍ଶୁରାମ ଖର ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ଶିକ୍ଷଣୀୟ ଆଲୋଚନାରେ ଭାଗ ନେଇଥିଲେଓ ଅନେକ ସକ୍ରିୟାତ୍ମକ କାର୍ଯ୍ୟକ୍ରମ କରିଥିଲେ!ଆଜିର ଏମ ସି ଏମ ର ବିଷୟ ବସ୍ତୁ ଥିଲା ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ଉଦିଷ୍ଟ ବୋର୍ଡ ପରୀକ୍ଷା ର ନିର୍ଦେଶାବଳି କୁ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକ କୁ ସଚେତନ କରି ଯେମିତି ଶାନ୍ତିଶୃଙ୍ଖଳା ରେ ପରୀକ୍ଷା କରିବା ନିମନ୍ତେ ଆଲୋଚନା ହେଇଥିଲା!ବିଦ୍ୟାଳୟ ର ଶୈକ୍ଷିକ ଓ ଭୌତିକ ପରିବେଶକୁ ପର୍ଯ୍ୟବେକ୍ଷଣ କରାଯାଇଥିଲା!ରଂଜିତା ପାତ୍ରଙ୍କ ସକ୍ରିୟାତ୍ମକ କାର୍ଯ୍ୟ ‘ବୁଝି ହୁଏନା ଗୋଟିଏ କଥା,’କବିତାଟି ସମସ୍ତଙ୍କୁ ମନ ଜିଣି ପାରି ସବୁ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରି ନୃତ୍ୟ ରେ ମଜି ଯାଇଥିଲେ! ଶେଷରେ ଶିବରାମ ପରିଡା ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କୁ ସମାପ୍ତ କରିଥିଲେ ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.