ପୋଲସରା, ୨୪/୧୧ (ପିପିଟି): ଖାନ ଏକାଡେମୀ ଦ୍ୱାରା ଆୟୋଜିତ ହୋଇଥିବା “ଖାନ ଶିକ୍ଷା ଓ ଶିକ୍ଷକ ସମ୍ମିଳନୀ ୨୦୨୫” ନୂଆଦିଲ୍ଲୀ ଠାରେ ଗତ ୨୨ ତାରିଖ ରେ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ସମ୍ମିଳନୀ ରେ ଓଡିଶା ରୁ ପଞ୍ଚ ସଖା ଶିକ୍ଷା ସେତୁ ସଂଗଠନ ର କାବେରି ମୁଦୁଲି, ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସମେତ ଦୁଇ ଅଧିକାରୀ ଆଦିତ୍ୟ ଚୌଧୁରୀ ଓ ସାଗରିକା ମହାପାତ୍ର, ଅନୁଗୁଳ ରୁ ହରିଶ ଚନ୍ଦ୍ର ବେହେରା, ଭଦ୍ରକ ରୁ ତାରିଣୀ ପ୍ରସାଦ ଦାଶ, ଗଞ୍ଜାମ ରୁ ଅମୀୟ ପ୍ରସାଦ ସାହୁ, ଗଜପତି ରୁ ମୋହନ କୁମାର ନାୟକ, କନ୍ଧମାଳ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ରାଜ କୁମାର ସାହୁ, କେନ୍ଦୁଝର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା, ପୁରୀ ଜିଲ୍ଲା ରୁ ଅନ୍ନଦା ପ୍ରସାଦ ସେଠୀ, ତୁଷାର କାନ୍ତ ନାୟକ ଓ ପଞ୍ଚ ସଖା ଶିକ୍ଷା ସେତୁ ସଂଯୋଜକ ସନ୍ତୋଷ କୁମାର ଚୌଧୁରୀ ତଥା ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ର ଅତିରିକ୍ତ ନିର୍ଦ୍ଦେଶକ ଏସ ସ୍ନାତା ସମେତ ବିଜୟ କୁମାର ସାହୁ, ପ୍ରିନସିପାଲ ଦଶପଲ୍ଲା ପ୍ରମୁଖ ଯୋଗ ଦେଇଥିଲେ।
ଉକ୍ତ ସମ୍ମିଳନୀ ରେ ଖାନ ଏକାଡେମୀ ସହଭାଗିତାରେ ଗଣିତ ଓ ବିଜ୍ଞାନ ଶିକ୍ଷାର ଉନ୍ନତି ପାଇଁ ଶ୍ରେଣୀ ଗଠନ କରି ଷଷ୍ଠ ରୁ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କୁ ଯୋଡିବା, କମ୍ପୁଟର, ଟାବଲେଟ ଓ ମୋବାଇଲ ମାଧ୍ୟମରେ ଶ୍ରେଣୀର ପାଠ୍ୟକ୍ରମ କୁ ଅଧ୍ୟୟନ କରିବା, ଗୃହକାର୍ଯ୍ୟ କରିବା, ଅଭିଭାବକ ମାନଙ୍କୁ ଏହାର କାର୍ଯ୍ୟକାରିତା କୁ ଜଣାଇବା ଓ ସହଯୋଗ ରେ କାର୍ଯ୍ୟ କରିବା, ବିନା ମୂଲ୍ୟରେ ଗଣିତ ଓ ବିଜ୍ଞାନ ଶିକ୍ଷା ଅଧ୍ୟୟନ କରିବା ସହିତ ‘ଆଜି ଶିଖିବା- କାଲି ନେତୃତ୍ୱ ନେବା’ କୁ ଗୁରୁତ୍ୱ ଦିଆଯାଇଥିଲା।
ପରିଚାଳନା ନିର୍ଦ୍ଦେଶକ ସ୍ଵାତି ବାସୁଦେବନ ତଥା ଅଶୋକା ବିଶ୍ୱବିଦ୍ୟାଳୟ ର ପ୍ରତିଷ୍ଠାତା ପ୍ରମଥ ରାଜ ସିହ୍ନ।, ବମ୍ବେ ର ଉପ କମିଶନର ପ୍ରାଚୀ ଜାମ୍ଭେଦକର ଖାନ ଏକାଡେମି ର ଭାରତ ରେ କାର୍ଯ୍ୟକ୍ରମ ଓ ସହଯୋଗୀତା ସମ୍ପର୍କ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଭାରତ ର ଖାନ ଏକାଡେମୀ ଅଧିକାରୀ ମାନଙ୍କ ସହଯୋଗରେ ଏହାର ସଫଳ କାର୍ଯ୍ୟକ୍ରମ ଆୟୋଜନ କୁ ସମସ୍ତେ ସାଧୁବାଦ ଅର୍ପଣ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା