ସୁବର୍ଣ୍ଣପୁର ,୦୬/୦୫(ପିପିଟି) : ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସୁବର୍ଣ୍ଣପୁର ଜିଲ୍ଲା ଖମ୍ବେଶ୍ୱରୀପାଲି ଠାରେ ସାଇରାଜ ନାମକ ଘାରୋଇ ବସ (ଓଡି -୦୨-ବି-ଜି ୪୧୯୯)ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ଭୋର ସମୟ ରେ ଯାତ୍ରୀବାହୀ ବସ ଟି ଭୁବନେଶ୍ୱର ରୁ ବଲାଙ୍ଗୀର ପାଟଣାଗଡ଼ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି ।ଏହି ଯାତ୍ରୀ ବାହୀ ବସରେ ୪୦ ଜଣ ଯାତ୍ରୀ ଥିବା ବେଳେ ଦୁର୍ଘଟଣା ରେ ୭ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ ଓ ବ ୪ ଜଣ ଯାତ୍ରୀ ଗୁରୁତର ରହିଛନ୍ତି । ସାମାନ୍ୟ ଆହତ ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା ପରେ ଛାଡି ଦେଇ ଥିବା ବେଳେ ଗୁରୁତର ଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି । ଘଟଣା ସ୍ଥଳ ରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କରିଥିବା ଜଣାପଡିଛି ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ