ଖବରଦାତାଙ୍କ ପିତୃ ବିୟୋଗରେ ଶୋକ ପ୍ରକାଶ ।

0 176

ବାଲିଗୁଡା,୨୧/୦୩(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଖବର ଦାତା ଗଣପତି ବେହେରଦଳାଇ ଙ୍କ ପିତା ଆଦିକନ୍ଦ ବେହେରଦଳାଇ ଶନିବାର ରାତିରେ ତାଙ୍କର ନିଜ ବାସ ଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ସେ ଜଣେ ଅବସର ପ୍ରାପ୍ତ ବନ କର୍ମଚାରୀ ସହ କର୍ତ୍ତବ୍ୟ ନିଷ୍ଠ ଧର୍ମ ପାରାୟଣ ପରୋପକାରୀ ବ୍ୟକ୍ତି ଥିଲେ । ସ୍ୱର୍ଗତ ଆଦିକନ୍ଦଙ୍କ ପାର୍ଥବ ଶରୀରକୁ ମୁଖାଗ୍ନୀ ଦେଇଥିଲେ ତାଙ୍କ ବଡପୁଅ ଗଣପତି । ମୃତ୍ୟୁ ଖବର ପ୍ରସାରିତ ହେବାପରେ ସମଗ୍ର କନ୍ଧମାଳ ଜିଲ୍ଲା ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.