ଖଇରମାଳ ,୨୫/୧୨(ପିପିଟି) :ଆଜି ସେଣ୍ଟ ଜୋନ ବିଲିଭର୍ସ ଚର୍ଚ୍ଚ ଖଇରମାଳ ବୌଦ୍ଧ ଆନୁକୂଲ୍ୟରେ ଖଇରମାଳ ଗ୍ରାମଠାରେ ଖ୍ରୀଷ୍ଟ ଜୟନ୍ତୀ ସମାରୋହ ଉତ୍ସବ ପାଳନ ହୋଇଯାଇଛି। ଏଥିରେ ଚର୍ଚ୍ଚର ସମ୍ପାଦକ ତଥା RSAP ସାଧାରଣ ସମ୍ପାଦକ ନବୀନ ଭଇନା ସଂଯୋଜନା କରିଥିବା ବେଳେ ଆଚାର୍ଯ୍ୟ ପୂର୍ଣ୍ଣିଚନ୍ଦ୍ର ଲିମା ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ (RSAP) ବୌଦ୍ଧ ଓଡିଶାର ସଭାପତି ପ୍ରଦୀପ କୁମାର ମହାନନ୍ଦ, ସମ୍ମାନିତ ଅତିଥି ଭାବେ ପାଳକ ନୂତନ ଆନନ୍ଦ, ଉପଦେଷ୍ଟା ପଙ୍କଜ ଭଇନା, ଉପଦେଷ୍ଟା ଯୁଧିଷ୍ଠିର ଭଇନା ପ୍ରମୁଖ ଅତିଥି ମଞ୍ଚାସିନ ଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱାରା ମେରୀ ଖ୍ରୀଷ୍ଟମାସ କେକ୍ କାଟି ଜନ୍ମ ଉତ୍ସବ ମହା ସମାରୋହରେ ଜନ୍ମ ଉତ୍ସବ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ମହାନନ୍ଦ ଉପସ୍ଥିତଥିବା ଖ୍ରୀଷ୍ଟ ଧର୍ମାବିଲମ୍ବିଙ୍କୁ ଜନ୍ମ ଦିବସର ଶୁଭେଚ୍ଛା ସହ ଅଭିନନ୍ଦନ ଜ୍ଞାପନ କରି ମାନଵବାଦ ଓ ଭାଇଚାରା ସୃଷ୍ଟି ପାଇଁ ସାହାଯ୍ୟ ସହଯୋଗ,ଆଚାର ବ୍ୟବହାରରେ ଉନ୍ନତିର ଆବଶ୍ୟକତା ଜରୁରୀ ଅଟେ। ଆମ ରାଜ୍ୟରେ ସଂଖ୍ୟାଲଘୁଙ୍କର ସ୍ଥିତି ଅତି ଦୁର୍ବଳ ଅଟେ। ଦେଶର କିଛି ରାଜ୍ୟ ଗୁଡିକରେ ସଂଖ୍ୟାଲଘୁଙ୍କ ପାଇଁ ସ୍ୱତନ୍ତ୍ର କମିସନ ଗଠନ,ସ୍ୱତନ୍ତ୍ର ଉନ୍ନୟନ ଯୋଜନା ପାଣ୍ଠି ଦେବା ସହ ଆରକ୍ଷଣ ମଧ୍ୟ ଦିଆଯାଉଛି। କିନ୍ତୁ ଓଡିଶାରେ ସଂଖ୍ୟାଲଘୁଙ୍କ ପାଇଁ ସ୍ୱାଧୀନତାର 78 ବର୍ଷ ବିତିଯାଇଥିଲେ ମଧ୍ୟ ସରକାର କୌଣସି ବ୍ୟବସ୍ଥା କରି ନାହିଁ। ତେଣୁକରି ହକ ଅଧିକାର ହାସଲ ପାଇଁ ଏକତ୍ରିତ ହେବା ସହ ସଂଗ୍ରାମ କରାଯିବ ସେ ଉପରେ ପରାମର୍ଶ ଦେଇଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କଳାକାର, ଚିତ୍ରକର, ସଙ୍ଗୀତ, ସମାଜସେବୀ, ସାହିତ୍ୟ, ସଂସ୍କୃତି, କବି ଆଦିଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଅତିଥିମାନଙ୍କୁ ନବୀନ କୁମାର ଭଇନା ଧନ୍ୟବାଦ ଅର୍ପଣ ଦେଇଥିଲେ।
(ରିପୋର୍ଟ: କେଶବ ଚନ୍ଦ୍ର ନାୟକ)