କୋଦଳା,୨୨/୦୧(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ଗଦଗଦି ନାଳ ନିକଟରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିବା ଗାର୍ଡ ୱାଲ୍ ନିର୍ମାଣ,ଚେକ୍ ଡ୍ୟାମ୍ ର ମରାମତି ଏବଂ ନାଳ ସଫେଇ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ନେଇ ସ୍ଥାନୀୟ ଜନସାଧାରଣରେ ଗୁଞ୍ଜରଣ ସୃଷ୍ଟି ହେଉଛି । ସୂଚନା ଅନୁଯାଇ ଅଙ୍ଗାରଗାଁ ଗ୍ରାମର ଗିଲିଣ୍ଡା ଯିବା ରାସ୍ତାରେ ଥିବା ଗଦଗଦି ନାଳରେ ନିର୍ମାଣ କରାଯାଉଥିବା କାର୍ଯ୍ୟ,ବିନା ସୂଚନା ଫଳକ ସାଙ୍ଗକୁ ନିମ୍ନମାନର କାର୍ଯ୍ୟ ହୋଇଥିବା ନେଇ ଅଭିଯୋଗ ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି ସନ୍ତୋଷ ଜଣକ ଉତ୍ତର ରଖୁନାହାନ୍ତି କିମ୍ବା କାର୍ଯ୍ୟ ଚାଲିଥିବା ବେଳେ ବିଭାଗ ପକ୍ଷରୁ କୌଣସି କର୍ମଚାରୀ ମଧ୍ୟ ରହୁ ନାହାଁନ୍ତି । ଯଦି ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ,ଆଗାମୀ ଦିନରେ ଏ ନେଇ ଗଞ୍ଜାମ ଜିଲ୍ଲାପାଳ ସମେତ ବିଭାଗୀୟ ସଚିବ ଏବଂ ମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରାଯିବ ବୋଲି ସୂଚନା ମିଳିଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)
Next Post