କ୍ରାନ୍ତି ତରଫରୁ ଦେଶବାସୀଙ୍କୁ ଆହ୍ବାନ: “ମିଳିମିଶି ସଚେତନ କଲେ,କର୍କଟ ମୁକ୍ତ ଭାରତ ଗଠନ ସମ୍ଭବ”।

0 103

ବ୍ରହ୍ମପୁର,୦୪/୦୨(ପିପିଟି): ବିଶ୍ବ କର୍କଟ ଦିବସ ଅବସରରେ”ମିଳିମିଶି ସଚେତନ କଲେ,କର୍କଟ ମୁକ୍ତ ଭାରତ ଗଠନ ସମ୍ଭବ” ଏହି ବାର୍ତ୍ତା ଦେଶବାସୀଙ୍କୁ ଆହ୍ବାନ ଦେବାପାଇଁ ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଓ ବ୍ରହ୍ମପୁର ନିକଟସ୍ଥ ସିତଲାପଲି ସ୍ଥିତ ସମ୍ ହସ୍ପିଟାଲ ଉଦ୍ୟମରେ ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶବବିଦ୍ୟାଳୟ ଖେଳ ପଡିଆ ଠାରେ କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ କର୍କଟ ରୋଗୀ ଡ଼ ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଚେତନତା କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ସିତଲାପଲ୍ଲୀ ସମ୍ ହସ୍ପିଟାଲର ନିର୍ଦ୍ଦେଶକ ଦେବପ୍ରସାଦ ଦାଶ, ମେଡ଼ିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ଆଯୋଧ୍ୟାନାଥ ପାଢୀ, ଆସିଷ୍ଟାଣ୍ଟ ମେଡ଼ିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ପ୍ରୀୟଜିତ୍ ପାଣିଗ୍ରାହୀ,ମେଡ଼ିକାଲ ଓଙ୍କୋଲଜୀ ଡାକ୍ତର ଶିବଶଙ୍କର ମହାପାତ୍ର,ସର୍ଜିକଲ୍ ଓଙ୍କୋଲଜୀ ଡାକ୍ତର ସାଇ ରୂଦ୍ର ପୂହାନ, ଦୈନିକ ପ୍ରମେୟ ବ୍ରହ୍ମପୁର ର ଡିଜିଏମ ଅମ୍ବିକା ପ୍ରସାଦ ଦାଶ, କ୍ରାନ୍ତି ଅନୁଷ୍ଠାନର ଡାକ୍ତର ଅତୁଲ୍ୟ କୁମାର ପଟ୍ଟନାୟକ ଓ ଆଇ ଏସ ଆର୍ ଡି ର ନିର୍ଦ୍ଦେଶକ ସୁଧୀର ସାବତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ବିଭିନ୍ନ ଗଣମାଧ୍ୟମ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ବିଶ୍ବ କର୍କଟ ଦିବସ ଅବସରରେ ଜନସାଧାରଣଙ୍କୁ କର୍କଟ ରୋଗର ଭୟାବହତା ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା କରାଇଥିଲେ। କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡ଼ ଦେବାନନ୍ଦ ଦାଶଙ୍କ ପ୍ରତ୍ୟେକ ତତ୍ଵାବଧାନରେ ଉକ୍ତ ସଚେତନତା ସଭା ଓ ବିଶାଳ ପଦଯାତ୍ରା ପରିଚାଳିତ ହୋଇଥିଲା।ସେ ଜଣେ ମୁଖ କର୍କଟ ରୋଗୀ ହୋଇଥିବା ଯୋଗୁଁ ସେ ଲୋକମାନଙ୍କୁ କହିଥିଲେ କର୍କଟ ରୋଗ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଠିକ୍ ସଚେତନ ନଥିବାରୁ , ଏହି ରୋଗରେ ପୀଡିତ ମୃତ୍ୟୁ ସୁନିଶ୍ଚିତ ବୋଲି ଭାବି ନିଅନ୍ତି ଏବଂ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। କର୍କଟ ରୋଗର ଚିକିତ୍ସା ବର୍ତମାନ ସମୟରେ ଅତ୍ୟନ୍ତ ସହଜ ଓ ଉପଯୁକ୍ତ ଚିକିତ୍ସା ମିଳିଲେ ଏଥିରୁ ରୋଗୀ ବଞ୍ଚି ପାରିବ। ସେ ଉପସ୍ଥିତି ସମସ୍ତଙ୍କୁ ନିବେଦନ କରି କହିଥିଲେ ଆସନ୍ତୁ ସମସ୍ତେ ମିଳିମିଶି ସଚେତନ କରିବା ଓ ଭାରତକୁ କର୍କଟ ମୁଖରୁ ରକ୍ଷା କରିବା। ଉପସ୍ଥିତ ସମସ୍ତଙ୍କୁ ଶପଥ କରାଇ ତମାଖୁ ଛାଡ଼ନ୍ତୁ ଜୀବନ ବାଛନ୍ତୁ ଏହି ମନ୍ତ୍ର ସଂକଳ୍ପ କରାଇଥିଲେ। ସମ୍ ହସ୍ପିଟାଲର ଓଙ୍କୋଲୋଜି ଡ.ମହାପାତ୍ର ଓ ଡ.ପୁହାନ କର୍କଟ ରୋଗ ବିଷୟରେ ଆଲୋକପାତ କରାଇବା ସହ ଲୋକ ମାନେ କିପରି ସୁବିଧାରେ ଚିକିତ୍ସା କରି ପାରିବେ ସମସ୍ତଙ୍କୁ ଅବଗତ କରାଇଥିଲେ। ସମସ୍ତ ଅତିଥି ମାନେ ସବୁଜ ପତାକା ଦେଖାଇ ବିଶାଳ ପଦଯାତ୍ର (ବ୍ରହ୍ମପୁର ୱାକଥନ୍ )କୁ ଶୁଭାରମ୍ଭ କରିଥିଲେ। ଏହି ବିଶାଳ ସମାରୋହ ଓ ଗଣ ପଦଯାତ୍ରାରେ ବିଭିନ୍ନ ସାମାଜିକ ଅନୁଷ୍ଠାନ, ସ୍ବେଛାସେବୀ ମାନଙ୍କ ସହ ସାମନ୍ତରାୟ ଏକାଡେମୀ, ଆର୍ୟାନ ଗୁରୁକୂଳ ରେଶିଡେଣ୍ଟ ମହାବିଦ୍ୟାଳୟ, କେ.ସି. ପବ୍ଲିକ ସ୍କୁଲ, ସରକାରୀ ଆଇ ଟି ଆଇ ବ୍ରହ୍ମପୁର, ଗିରିରୋଡ ବାଳିକା ବିଦ୍ୟାଳୟ, ମହାମାୟୀ ମହିଳା ମହାବିଦ୍ୟାଳୟ, ଏସ ଏସ ଭି ଏମ ରାମହରିନଗର,ଖଲ୍ଲିକୋଟ ଏକକ ବିଶ୍ବିଦ୍ୟାଳୟ,ସେଣ୍ଟ ଜାଭିୟର୍ସ ସ୍କୁଲ, ସିଦ୍ଧ ଭୈରବୀ ହାୟର ସେକେଣ୍ଡାରୀ ସ୍କୁଲ, ବ୍ରହ୍ମପୁର ପୋଲିସ ବାହିନୀ ଓ ସମ୍ ହସପିଟାଲ ନର୍ସିଂ ଷ୍ଟାଫ ର କର୍ମକର୍ତ୍ତା ସହ ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପ୍ରାୟ ୧୨୦୦ ଯୁବକ ଯୁବତୀ ଯୋଗଦେଇ ପଦଯାତ୍ରାରେ କର୍କଟ ରୋଗ ବିଷୟରେ ଲୋକମାନଙ୍କୁ ସଚେତନତା କରାଇଥିଲେ। ବ୍ରହ୍ମପୁର ସହର ପୋଲିସ କର୍ମଚାରୀ, ସମସ୍ତ ଗଣ ମାଧ୍ୟମ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସମସ୍ତ ଉପସ୍ଥିତ ଶିକ୍ଷକ ଓ ସାମ୍ବାଦିକ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।

ଏହି ବିଶାଳ ସମାରୋହ କାର୍ଯ୍ୟକ୍ରମକୁ ସାମନ୍ତରାୟ ଏକାଡେମୀର ନିର୍ଦ୍ଦେଶକ ଦେବେଶ ସାମନ୍ତରାୟ ,କ୍ରାନ୍ତି ଅନୁଷ୍ଠାନର ଦେବରାଜ ରାଉତ,ନିର୍ମଳା ଦାଶ,ଅରୁଣ ପଟ୍ଟନାୟକ,ଚର୍ଚ୍ଚିକା ଦାଶ, ଚିନ୍ମୟାନନ୍ଦ ଦାଶ,ବି ସଂଜୟ ପାତ୍ର, ଲିଙ୍ଗରାଜ ପଟ୍ଟନାୟକ,ପୂର୍ଣ୍ଣ ଚନ୍ଦ୍ର ସାହୁ ଓ ସମ୍ ହସ୍ପିଟାଲର ସୁମନ ମିଶ୍ର, ଦିନେଶ ପଟ୍ଟନାୟକ ସହ ଅନ୍ୟାନ୍ୟ କର୍ମଚାରୀ,କ୍ରାନ୍ତି ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତି ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଡ଼ଃ ଦେବାନନ୍ଦ ଦାଶ ସମସ୍ତଙ୍କୁ ସହଯୋଗ ପାଇଁ ହୃଦୟରୁ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.