କୋସଲି ସାହିତ୍ୟ ଅନୁଷ୍ଠାନ କଦମଫୁଲ ସାହିତ୍ୟ ସଂସଦର ଷଷ୍ଠ ବାର୍ଷିକୋତ୍ସବ ଓ ପତ୍ରିକା ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ।

0 10

ସୁବର୍ଣ୍ଣପୁର,୧୫/୦୩(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର କୋସଲି ସାହିତ୍ୟ ଅନୁଷ୍ଠାନ କଦମଫୁଲ ସାହିତ୍ୟ ସଂସଦ ର ଷଷ୍ଠ ବାର୍ଷିକୋତ୍ସବ ଗାୟତ୍ରୀ ଆବାସିକ ଶିକ୍ଷାନିକେତନ ପରିସର ବୌଦ୍ଧିକ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ମୁଖ୍ୟ ସମ୍ପାଦକ ଡ଼ ଯୁଧିଷ୍ଠିର ଖମାରୀ ଅଧ୍ୟକ୍ଷତା କରିବା ସହ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଠା ସୌମିତ୍ରୀ କର୍ଣ୍ଣ ବାର୍ଷିକ ବିବରଣୀ ପାଠ କରିଥିଲେ l ପ୍ରଥମ ଅଧିବେଶନରେ ଶିକ୍ଷକ କବି ପଙ୍କଜ ଖମାରୀ ଙ୍କ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ର ପରମ୍ଭରେ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ କରି ଉଦଘାଟନ କରାଜାଇଥିଲା l ମୁଖ୍ୟ ଅତିଥି ଭାବେ ଡ. ନିରଂଜନ ପଣ୍ଡା ଜୋଗ ଦେଇ କୋଶଲି ଭସା ର ମହତ୍ୱ ବିଷୟ ରେ ବକ୍ତବ୍ୟ ରଖି ଥିଲେ । ଗୋରେଖ ନାଥ ସାହୁ କୋଶଲି ଭଷା, ସଂସ୍କୃତି, ମାତୃ ସଂସ୍କୃତି, ବରୁଆ ତତ୍ୱ ର ମହାନତା ବିଷୟ ରେ ବକ୍ତବ୍ୟ ରଖି ଥିଲେ । ସମ୍ମାନିତ ଅତିଥି ବ୍ରଜମୋହନ ଦାନୀ କୋଶଲି ଭାଷା ପ୍ରତି ଆମର କର୍ତ୍ତବ୍ୟ ବିଷୟ ରେ ବକ୍ତବ୍ୟ ରଖି ଥିଲେ । ଅନ୍ୟ ଜଣେ ସମ୍ମମାନିତ ଅତିଥି କବୟିତ୍ରୀ ଦେବଜାନି ମେଶୁଆ ମାତୃଭାଷା ଗୋଟେ ବ୍ୟକ୍ତି ପାଇଁ କେତେ ମହାନ ତାକୁ ବକ୍ତବ୍ୟ ରେ ରଖି ଥିଲେ । ଡ଼. ସୁବାସ ମେହେର ମୁଖ୍ୟବକ୍ତା ଭାବରେ ଯୋଗଦେଇ କୋସଲି ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ଅନୁଷ୍ଠାନ ର ବାର୍ଷିକ ପତ୍ରିକା କଦମଫୁଲ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହେବା ସହ କବି ଡ଼. ଯୁଧିଷ୍ଠିର ଖମାରୀ ଙ୍କ କବିତା ସଂକଳନ ‘ମା ର ହାତଧରା ଜୀବନ’,କବି ଅଖୋଜ କୁମାର ଷାଣ୍ଢ ଙ୍କ ତିନୋଟି କୋସଲି ପୁସ୍ତକ ‘କଲିର କମାଲ ଚଉତିଶା’,’କଲମ ଦୁଆତର ଯୁଦ୍ଧ’, ‘ସୋନପୁରିଆ ଶବଦ ମେଲେନ’ ପୁସ୍ତକ ଉନ୍ମୋଚନ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ତରଫରୁ ଅଧ୍ୟାପକ ଡ଼ ସଞ୍ଜୟ କୁମାର ମିଶ୍ରଙ୍କୁ କଦମଫୁଲ ସାହିତ୍ୟ ସମ୍ମାନ ଦ୍ରୌପଦୀ ସନ୍ୟାସୀ ଙ୍କୁ କଦମଫୁଲ କଳା ସମ୍ମାନ, ନନ୍ଦକାହ୍ନ ପୂଝରୀଙ୍କୁ କଦମଫୁଲ ଯୁବ ସାହିତ୍ୟ ସାଧକ ସମ୍ମାନ, ଶିକ୍ଷକ ତ୍ରିପୁରାରୀ ମହାକୁର ଙ୍କୁ କଦମଫୁଲ ପାଠକ ସମ୍ମାନ ଏବଂ ବରିଷ୍ଟ କବି ଶିବଶଙ୍କର ପୁଝାରୀ ଙ୍କୁ ଆଜୀବନ ସାହିତ୍ୟ ସାଧକ ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ଶେଷରେ କବି ଡ଼. ରାଧେଶ୍ୟାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ସେହିପରି କବିତା ପର୍ବ ଅଧିବେଶନରେ ଡ଼. ଅନିରୁଦ୍ଧ କୁରୁକୁରିଆ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଧର ବାଗ, କମ୍ଭୁଧର ସୁନା, ଜିତେନ୍ଦ୍ର ପର୍ଡିଆ ପ୍ରମୁଖ ମଞ୍ଚାସିନ ହୋଇ ଭାଷା ର ମହତ୍ୱ ବିଷୟରେ ବକ୍ତବ୍ୟ ରଖି ଥିଲେ l କବି କୃପାସିନ୍ଧୁ ମହାକୁର ଏବଂ କବୟିତ୍ରୀ ସନ୍ତୋଷିନୀ ନାୟକ ଙ୍କ ସଂଯୋଜନା ରେ ଅନୁଷ୍ଠିତ କବିତା ଆସରରେ ସୋନପୁର, ବଲାଙ୍ଗୀର,ବୌଦ୍ଧ, ସମ୍ବଲପୁର, ବରଗଡ଼ ଜିଲ୍ଲା ର ଶତାଧିକ କବି ସ୍ୱରଚିତ କବିତା ପାଠ କରିଥିଲେ l ଅନୁଷ୍ଠାନ ର କର୍ମକର୍ତ୍ତା ଅଖୋଜ କୁମାର ଷାଣ୍ଢ, ଗଜାନନ ସାଥୁଆ, ଶାନ୍ତନୁ କୁମାର କର୍ଣ୍ଣ,ରଞ୍ଜନ କୁମାର ସା, ଚାମ୍ପେଶ୍ୱର ଦାନୀ, ସନ୍ତୋଷ କୁମାର ଅଦାବର, ତରଣୀସେନ ଗୁରୁ, ଜଜ୍ଞେଶ୍ବର ବିଶି, ସାତ୍ଵିକ ବଡମାଲି, ସୌତମ ପଧାନ ପ୍ରମୁଖ ସହଯୋଗ କରିଥିଲେ l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.