କୋଶଲ ସାହିତ୍ୟ ଏକାଡେମୀ,ସୁବର୍ଣ୍ଣପୁର ତରଫରୁ ବିଶ୍ୱ କୋଶଲୀ ମାତୃଭାଷା ଦିବସ ପାଳନ ସହ ସମ୍ବର୍ଦ୍ଧନା ପ୍ରଦାନ ଓ କୋଶଲୀ କବିତା ଆସର ଅନୁଷ୍ଠିତ ।

0 339

ଉଲୁଣ୍ଡା,୨୧/୦୨(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ମୈତ୍ରୀସଦନ ଠାରେ ଆଜି ବିଶ୍ୱ ମାତୃଭାଷା ଅବସରରେ କୋସଲ ସାହିତ୍ୟ ସଂସ୍କୃତି ଏକାଡେମୀ,କୋଶଲ ହେରିଟେଜ ଟ୍ରଷ୍ଟ ସୁବର୍ଣ୍ଣପୁର ଆନୁକୂଲ୍ୟରେ ବିଶ୍ୱ କୋଶଲୀ ମାତୃଭାଷା ଦିବସ ପାଳନ ସହ ସମ୍ବର୍ଦ୍ଧନା ପ୍ରଦାନ ଓ କୋଶଲୀ କବିତା ଆସର ଅନୁଥିତ ହୋଇଯାଇଛି ।ପ୍ରାରମ୍ଭରେ କୋଶଲୀ ଭାଷାର ସାମ୍ବିଧାନିକ ମାନ୍ୟତା ଦାବି ନେଇ ଏକ ବିଶାଳ ଶୋଭାଯାତ୍ରା ବିରମହାରାଜପୁର ସହର ପରିକ୍ରମା କରିଥିଲା । ତାପରେ ଅନୁଷ୍ଠିତ ସାଧାରଣ ସଭାରେ ଏକାଡେମୀର ସଭାପତି ବିଦ୍ୟାବାଚସ୍ପତି ପଦ୍ମଶ୍ରୀ ଡ଼ ଶ୍ରୀନିବାସ ଉଦଗାତା ଅଧ୍ୟକ୍ଷତା କରିଥିବାବେଳେ ଏକାଡେମୀ ମହାସଚିବ ସାମ୍ବାଦିକ ଗୋରେଖ ନାଥ ସାହୁ ପ୍ରାରମ୍ଭିକ ସୂଚନା ସହ ଅତିଥି ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ନାଟ୍ୟକାର ଚଳଚିତ୍ର ଅଭିନେତା ଅଟଳ ବିହାରୀ ପଣ୍ଡା,ପଦ୍ମଶ୍ରୀ ହଳଧର ନାଗ,ବରିଷ୍ଠ ଆଇନଜୀବୀ ନିମାଇଁ ଚରଣ ନାଏକ, ପ୍ରାଧ୍ୟାପକ ଡ଼ ଗୋବର୍ଦ୍ଧନ ସାହୁ, ଶିକ୍ଷାବିତ ବ୍ରଜମୋହନ ଦାନୀ,ପୂର୍ବତନ ମନ୍ତ୍ରୀ କାର୍ତିକ ପ୍ରସାଦ ତରିଆ, ଅଧ୍ୟାପକ ଦେବାଶିଷ ପାଣ୍ଡିଆ, ଯୁବଲେଖକ ତଥା ଭାଷାକର୍ମୀ ସାକେତ ଶ୍ରୀଭୂଷଣ ସାହୁ କୋଶଲି କବି ନିମାଇଁ ଚରଣ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇ କୋଶଲୀ ଭାଷା ସଂସ୍କୃତିର ଉତ୍କର୍ଷ ସମ୍ପର୍କରେ ଆଲୋକପାତ କରିଥିଲେ ।ଏହି ଅବସରରେ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ତରଫରୁ ଅଟଳ ବିହାରୀ ପଣ୍ଡାଙ୍କୁ ଜୀବନ ବ୍ୟାପି ସାଧନ ପାଇଁ,ପ୍ରାଧ୍ୟାପକ ଡ଼ ଗୋବର୍ଦ୍ଧନ ସାହୁଙ୍କୁ କୋଶଲୀ ଭାଷା ସମ୍ପର୍କରେ ତାଙ୍କର ଗବେଷଣମୂଳକ ନିବନ୍ଧ ତଥା କୋସଲି ଭାଷାରେ ପ୍ରଥମ ଭ୍ରମଣ କାହାଣୀ ଲେଖିଥିବା ହେତୁ ଏବଂ ନିଶାନ ସାହିତ୍ୟ କଲା ପରିଷଦ ତରଫରୁ ବିଦ୍ୟାବଚସ୍ପତି ଶ୍ରୀନିବାସ ଉଦଗାତାଙ୍କୁ ତାଙ୍କର ଜୀବନ ବ୍ୟାପି ସାଧନ ପାଇଁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ତାପରେ ପରେ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ଦ୍ୱରା ପ୍ରକାଶିତ ଅଟଳ ବିହାରୀ ପଣ୍ଡାଙ୍କର ପୁସ୍ତକ “ବାନ୍ଦୁ ଉବାଚ ଭାଗ-୨”,ଶ୍ରୀନିବାସ ଉଦଗାତା ଙ୍କର ପୁସ୍ତକ “ଅଦ୍ବୟ ସିଦ୍ଧି,”ଡ ଗୋବର୍ଦ୍ଧନ ସାହୁ ଙ୍କର ପୁସ୍ତକ “କୋଶଲୀ/ସମ୍ବଲପୁରୀ ଏକ ସ୍ୱୟଂ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଭାଷା” ଏବଂ ଗୋରେଖ ନାଥ ସାହୁଙ୍କାର ପୁସ୍ତକ “ଆମର ଘରର ମଜା କଥା” ଅତିଥି ମାନଙ୍କର ଦ୍ୱରା ଉନ୍ମୋଚନ କରାଯାଇଥିଲା । ମଧ୍ୟାନ୍ନ ଭୋଜନ ବିରତି ପରେ କବୟିତ୍ରୀ ଚନ୍ଦ୍ରାବତୀ ପାଣ୍ଡେ ଏବଂ କବୟିତ୍ରୀ ଦେବଜାନି ମେସୁଆଙ୍କ ସଂଯୋଜନାରେ ଆୟୋଜିତ କୋଶଲୀ କବିତା ଆସରରେ ବହୁ କୋଶଲୀ କବି କବୟିତ୍ରୀ ସ୍ୱରଚିତ କବିତା ଆବୃତି କରିଥିଲେ । କବି ଅଖୋଜ କୁମାର ସାଣ୍ଢ,କବି କୃପାସିନ୍ଧୁ ମହାକୁର,କବି ରାମେଶ୍ୱର ଛତ୍ରୀଆ,କବି ଚମ୍ପେଶ୍ୱର ଦାନୀ,କବି ଯୁଧିଷ୍ଠିର ଖମାରୀ,କବି ପ୍ରମୁଖ ସହଯୋଗ କରିଥିବାବେଳେ ଶେଷରେ କବି ନନ୍ଦକାହ୍ନ। ପୁଝାରି ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ-ଶାନ୍ତନୁ କୁମର କର୍ଣ୍ଣ ।)

Leave A Reply

Your email address will not be published.