କୋରେଇ ବ୍ଲକ୍‌ରେ ଭାରି ଯାନବାହନ ଚଳାଚଳରେ ନିଷେଧ କଲେ ଜିଲ୍ଲାପାଳ ।

0 177

ଯାଜପୁର,୨୨/୦୯(ପିପିଟି):କୋରେଇ ବ୍ଲକ୍‌ର ସଠୀପୁର ଠାରୁ ବୈତରଣୀ ରୋଡ ପର୍ଯ୍ୟନ୍ତ ଭାରି ଯାନବାହନ ଚଳାଚଳକୁ ଏକ ମାସ ପର୍ଯ୍ୟନ୍ତ ନିଷେଧ କରାଯାଇଛି। ମୋଟର ଭେହିକଲ୍‌ ଆଇନ ୧୯୮୮ ର ଧାରା ୧୧୫ ସହିତ ଓଡ଼ିଶା ମୋଟର ଭେହିକଲ୍‌ ନିୟମାବଳୀ ୧୯୯୩ ର ନିୟମ ୬୩ ଓ ୯୩ ଅନୁଯାୟୀ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର,ଏହି ଆଦେଶ ଜାରି କରିଛନ୍ତି । ସଡ଼କ ବିସ୍ତାର, ସୁଦୃଢ଼ୀକରଣ କାମ ସମୟରେ ଯାତାୟାତ ଜାମ ଓ ସଡ଼କ ଦୁର୍ଘଟଣା ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ସମୟରେ ସମସ୍ତ ଭାରି ଯାନବାହନ ବୈତରଣୀ ସଡ଼କ ରାସ୍ତାରୁ ରଗଡି,ବରୁଣ୍ଡାଇ,ମିନାବଜାର, ପଚିକୋଟେ ମାର୍ଗରେ ପରିଚାଳିତ ହେବ। ଏହି ନିଷେଧ ୨୧.୦୯.୨୦୨୫ ରୁ ୨୦.୧୦.୨୦୨୫ (୧ ମାସ ପର୍ଯ୍ୟନ୍ତ) କାର୍ଯ୍ୟକାରୀ ରହିବ।

Leave A Reply

Your email address will not be published.