ଯାଜପୁର,୨୬/୦୮(ପିପିଟି): ଆଜି ପୂର୍ବାହ୍ନରେ ବ୍ୟାସନଗର ଟାଉନ ହଲ ଅଡିଟୋରିଅମ୍ ରେ କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯଇଅଛି। ଏହି ବୈଠକରେ ଅଧ୍ୟକ୍ଷତା କରି କୋରେଇ ବିଧାୟକ ଆକାଶ ଦାସନାୟକ କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ରେ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଯେଉଁ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ସମସ୍ୟା ରହୁଛି ଜିଲ୍ଲାପାଳ, ବରିଷ୍ଠ ଅଧିକାରୀ ଓ ବିଧାୟକଙ୍କୁ ଅବଗତ କରାଇଲେ ଯଥାଶୀଘ୍ର ଏହାର ସମାଧାନ ହୋଇପାରିବ। କର୍ତ୍ତବ୍ୟନିଷ୍ଠ ଭାବରେ ନିଜର କାର୍ଯ୍ୟ କରିବାକୁ ଉପସ୍ଥିତ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଶିକ୍ଷା, ସ୍ଵାସ୍ଥ୍ୟ,ଗମନାଗମନ,ପାନୀୟଜଳ ଏବଂ ଆଇନ ଶୃଙ୍ଖଳା ଉପରେ ବିଶେଷ ଗୁରୁତ୍ବ ଦେବାକୁ କହିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଓ ସବ୍ ସେଣ୍ଟର୍ ଭିତ୍ତିଭୂମି କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। ସେପ୍ଟେମ୍ବର ମାସ ସୁଦ୍ଧା ୦୯ ଟି ସବ୍ ସେଣ୍ଟର୍ କାର୍ଯ୍ୟକାରୀ ହୋଇ କର୍ମଚାରୀ ନିୟୋଜିତ କରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ଟ୍ରମା କେୟାର ସେଣ୍ଟର୍ ରେ କର୍ମଚାରୀ ନିୟୋଜିତ କରିବା ଏବଂ କ୍ୱାଟର୍ ପାଇଁ ଏଷ୍ଟିମେଟ୍ ଓ ଏହାର ଅପଗ୍ରେଡ କରାଇବା ପାଇଁ ପରାମର୍ଶ ଦେଇଥିଲେ। କୋରେଇ ବ୍ଲକ ଗ୍ରାମୀଣ ସଡ଼କ ନିର୍ମାଣ ଏବଂ ମରାମତି କରିବା ନିମନ୍ତେ ରୁରାଲ ଡିଭିଜନ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସାପଗଡିଆ ଓ ମ୍ୟୁନିସିପାଲିଟି ଡ୍ରେନ ସଫା କରିବାକୁ ଏବଂ ବ୍ୟାସନଗର ମ୍ୟୁନିସିପାଲିଟିର ୦୬ ଟି ଡ୍ରେନେଜ ମରାମତି ନିମନ୍ତେ ଡ୍ରେନେଜ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଉପସ୍ଥିତ ରହି ଜିଲ୍ଲପାଳ ଅମ୍ବର କୁମାର କର ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା ଏବଂ ବିଧବା ଭତ୍ତାକୁ ପ୍ରାଥମିକତା ଦେଇ ଯେପରି ହିତାଧିକାରୀ ସୁବିଧାରେ ଭତ୍ତା ପାଇ ପାରିବେ ସେଥିପ୍ରତି ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମାଜର ଶେଷ ବର୍ଗର ଲୋକଙ୍କ ସହିତ ସୁ ବ୍ୟବହାର କରିବାକୁ ବିଧାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଚୋରା ମଦ ବିକ୍ରି, ମଦ ଦୋକାନ ଏବଂ ବାର ବାହାରେ ମଦ୍ୟପାନ ବନ୍ଦ କରିବାକୁ ଅବକାରୀ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲ। କୃଷି ସମ୍ପର୍କୀୟ ବିଭିନ୍ନ ଯୋଜନା ଗୁଡିକ କୃଷକ ଶିବିର ଓ ମାଇକ ଯୋଗେ ଚାଷୀଙ୍କୁ ସଚେତନ କରିବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ହିତାଧିକାରୀ ଚୟନ ଠିକ୍ ଭାବରେ କଲେ ଲୋକଙ୍କ ପାଖରେ ସୁଫଳ ପହଞ୍ଚିପରିବ ବୋଲି ବିଧାୟକ ଶ୍ରୀ ଦାସନାୟକ କହିଥିଲେ । ଜିଲ୍ଲାପାଳ ଅମ୍ବର କୁମାର କର କୋରେଇ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଓ ଜନ କଲ୍ୟାଣ ଯୋଜନାର ଅଗ୍ରଗତି ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଇଥିଲେ। ଜିଲ୍ଲାପାଳଙ୍କ ଶ୍ରୀ କର କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ବିଭାଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବୈଠକରେ,କୃଷି,ସ୍ବାସ୍ଥ୍ୟ,ଜଳସେଚନ, ମାଇନର ଇରିଗେସନ୍, ଉଠା ଜଳସେଚନ,ପ୍ରାଣୀ ଚିକିତ୍ସା,ଦକ୍ଷତା ବିକାଶ,ବିଦ୍ୟୁତ,ମତ୍ସ୍ୟ,ବୟନଶିଳ୍ପ,ହସ୍ତଶିଳ୍ପ,କ୍ରୀଡା,ଯୋଗାଣ,ପର୍ଯ୍ୟଟନ, ସଂସ୍କୃତି,ଜଙ୍ଗଲ,ଖଣି,ମାଇନର ମିନେରାଲ,ପରିବହନ ,ନିର୍ମାଣ ଶ୍ରମିକ, ରାସ୍ତା ଓ କୋଠାବାଡ଼ି,ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗନଗର ସପନ କୁମାର ନନ୍ଦ ସ୍ବାଗତ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ତାପସରଞ୍ଜନ ଦେହୁରୀ, ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟାନ ଅର୍ଚ୍ଚିତା ଦାସ, ବ୍ୟାସନଗର ମ୍ୟୁନିସିପାଲିଟି ଚେୟାରମେନ ସୁବାସ ଚନ୍ଦ୍ର ବଳ, ଚେୟାରମେନ,କୋରେଇ ବ୍ଲକ ଜୟନ୍ତୀ ଦଳାଇ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।