ବେଗୁନିଆପଡା,୨୩/୧୦(ପିପିଟି): ସାଇବର ଅପରାଧ ଏବେ ସବୁଠାରୁ ବଡ଼ ଚାଲେଞ୍ଜ ହୋଇଛି । ଆମ ଦେଶରେ ପ୍ରାୟ ୫୫ ପ୍ରତିଶତ ଲୋକ ଇଣ୍ଟରନେଟ ବ୍ୟବହାର କରୁଛନ୍ତି,ଏହି ଇଣ୍ଟରନେଟ ବ୍ୟବହାର ଦ୍ୱାରା ସାଇବର ଅପରାଧ ସହିତ ଅନଲାଇନ ଠକେଇ ଭଳି ଅପରାଧର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଏହାକୁ ପ୍ରତିହତ କରିବା ପାଇଁ ସଚେତନତା ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର । ସାଇବର ସୁରକ୍ଷା ସଚେତନତା ଅଭିଯାନ ୨୦୨୫ର ଶୁଭାରମ୍ଭ ହୋଇଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ସଚେତନତା ରଥ ବୁଧବାର ବେଗୁନିଆପଡ଼ାରେ ପହଞ୍ଚି ଲୋକଙ୍କୁ ସଚେତନ କରିଥିବା ବେଳେ ଗୁରୁବାର କୋଦଳାରେ ପହଞ୍ଚିଥିଲା, କୋଦଳା ଥାନା ପୋଲିସ ପକ୍ଷରୁ କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ପରିସର ରେ ଆୟୋଜିତ ସଭାରେ ସଚେତନତା ରଥକୁ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ସ୍ବାଗତ କରି ସଭାମଞ୍ଚ ନିକଟକୁ ସ୍ୱାଗତ କରି ନେଇଥିଲେ ! ସାଇବର ଅପରାଧରୁ କିଭଳି ବର୍ତ୍ତିବା, ନିଜକୁ କିପରି ଏହାଠାରୁ ବର୍ତ୍ତିବା, କଣ କରିବା କଣ ନ କରିବା ସେ ନେଇ ଛାତ୍ର ଛାତ୍ରୀଙ୍କୁ ଅବଗତ କରାଇଥିଲେ ବରିଷ୍ଠ ପୋଲିସ ଅଧିକାରୀ ଏସଡିପିଓ ସୁଜିତ କୁମାର ନାୟକ, କୋଦଳା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ଯୁକ୍ତ ତିନି କଲେଜ ଅଧ୍ୟକ୍ଷ ରଘୁନାଥ ମୁଦୁଲି,ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ୍ୟ ଡଃ.ଦତ୍ତରମ ବିଶୋଇ, ସିଏଫଏଲ କାଉନସିଲର ରାଜେନ୍ଦ୍ର ସେଠୀ ଏବଂ ଅତିଥି ଭାବେ ଯୋଗଦେଇଥିବା କୋଦଳା ଏନ୍ଏସି ଅଧ୍ୟକ୍ଷ୍ୟ ସୂର୍ଯ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷ୍ୟା ରଞ୍ଜିତା ସେଠୀ, ପରେ ପରେ ସଚେତନ ରଥରେ ଲାଗିଥିବା ଏଲଇଡ଼ି ଟିଭି ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ସଚେତନ କରାଯାଇଥିଲା । ସାଇବର ଅପରାଧକୁ ନେଇ ପୂର୍ବରୁ ମହାବିଦ୍ୟାଳୟରେ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା,କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିବା ବେଳେ ଆଜିର କାର୍ଯ୍ୟକ୍ରମରେ କିଛି ସାଇବର ଅପରାଧ ବିଷୟରେ ପ୍ରଶ୍ନ କରାଯାଇ ଉତ୍ତର ଦାତାଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୋଦଳା ଥାନା ସବ ଇନିସ୍ପେକ୍ଟର ରିଜାଵାଳା ନାୟକ, ଏଏସଆଇ ଗଣେଶ ବରାଡ଼, ରାଜେନ୍ଦ୍ର କହଁର ଓ ସମସ୍ତ ଥାନା କର୍ମକର୍ତ୍ତା ଉପସ୍ଥିତ ଥିବା ବେଳେ,କୋଦଳା ସ୍ନାତ୍ତକ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ସହଯୋଗ କରିଥିଲେ, ଅଧ୍ୟାପକ ସପନ କୁମାର ଦାଶ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)