କୋଦଳା,୦୮/୦୯(ପିପିଟି):କୋଦଳା ଓ ଏହାର ଆଖପାଖ ଅଞ୍ଚଳରେ ଧୁମଧାମରେ ପାଳିତ ହେଉଛି ଗଣେଶ ପୂଜା । ପ୍ରତ୍ୟେକ ଗାଁ ସହିତ ସାହି ସାହିରେ ଏବଂ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ /ମହାବିଦ୍ୟାଳୟ ପୂଜା ପାଉଛନ୍ତି ଆଗ୍ରପୂଜ୍ୟ ଗଜାନନ । ପ୍ରଥମ ଦିନ ରେ ପ୍ରବଳ ବର୍ଷା ଲାଗି ରହିଥିଲେ ବି ସନ୍ଧ୍ୟାରେ ଭକ୍ତଙ୍କ ଗହଳି ଲାଗି ରହିଥିଲା । ବସଷ୍ଟାଣ୍ଡ,ଖଦାଳ ସାହି, ଏନଏସି ମାର୍କେଟ, କୁମୁଟି ସାହି, ଗୋଲାସାହି,ଦେୱାନ ନଗର,ହରିଜନ ସାହି,ଖଲାଡି ସାହି,ଭାଇଗାସାହି,ଖଡୁରା ନୁଆଁ ସାହି,ବାଇଗଣିଆ ସାହି, ବେଗୁନିଆପଡା,ସୁମଣ୍ଡଳ,ଅଙ୍ଗାରଗାଁ,ତାଳସର,ସାଙ୍କୁଡ଼ା,ଗୌରାଦେଇପୁର,ପ୍ରଭୃତି ପୂଜାମଣ୍ଡପରେ କମିଟି ସଦସ୍ୟଙ୍କ ସହଯୋଗରେ ସୁନ୍ଦର ତୋରଣ ସହିତ ଆଲୋକସଜ୍ଜା ଉଚ୍ଚକୋଟୀର ହୋଇଛି ।ଏହାକୁ ନେଇ ଅଞ୍ଚଳରେ ଅଧ୍ୟାତ୍ମିକ ପରିବେଶ ଶୃଷ୍ଟି ହୋଇଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)