କୋଦଳା ବାର୍ ଏସୋସିଏସନ୍ ନିର୍ବାଚନ -୨୦୨୫-୨୬ ଅନୁଷ୍ଠିତ।

0 262

ପୋଲସରା,୨୯/୦୩(ପିପିଟି) : ଆଜି ଗଂଜାମ ଜିଲ୍ଲା କୋଦଳା ବାର୍ ଏସୋସିଏସନ୍ ନିର୍ବାଚନ-୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି। ୫୦ ଜଣ ସଦସ୍ୟ ସଦସ୍ୟା ବିଶିଷ୍ଟ ସଂଘର ପୁନର୍ବାର ସଭାପତି ଭାବେ ବରିଷ୍ଠ ଆଇନଜୀବି
ପୂର୍ଣ୍ଣ ଚନ୍ଦ୍ର ମିଶ୍ର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବାବେଳେ ସାଧାରଣ ସଂପାଦକ ଭାବେ ଆଇନଜୀବୀ ଗୋପାଳ କୃଷ୍ଣ ସାହୁ ନିଜର ପ୍ରତିଦ୍ବନ୍ଦୀ ଆଇନଜୀବୀ ସନ୍ନ୍ୟାସୀ ସାହୁଙ୍କୁ ପରାଜିତ କରି ବିଜୟୀ ହୋଇଛନ୍ତି। ସେଇପରି ଉପସଭାପତି ଭାବେ ଅବନି ଶଙ୍କର ମିଶ୍ର ଓ ସହ ସଂପାଦକ ଭାବେ ଭାସ୍କର ସ୍ୱାଇଁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବାକୁ ନେଇ ନିର୍ବାଚନ ଅଧିକାରୀ ବ୍ରଜବନ୍ଧୁ ଦଳବେହେରା ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। ସହଯୋଗୀ ନିର୍ବାଚନ ଅଧିକାରୀ ଭାବେ ଆଇନଜୀବୀ ରତିକାନ୍ତ ମହାରଣା ଉପସ୍ଥିତରହି ପରିଚାଳନାରେ ସହଯୋଗ କରିଥିଲେ। ବିଜୟୀ କର୍ମକର୍ତ୍ତାମାନଙ୍କୁ ବାର୍ ତରଫରୁ ଏଵଂ ଅନ୍ୟାନ୍ୟ ବିଭିନ୍ନ ମହଲରୁ ଅଭିନନ୍ଦନ ଏଵଂ ଶୁଭେଛାର ସ୍ଵଅ ଛୁଟିଛି ।

Leave A Reply

Your email address will not be published.