କୋଦଳା ପିଏମ୍ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ।

0 151

କୋଦଳା,୧୮/୦୨(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ସ୍ଥିତ ପିଏମ୍ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହ ବିଦ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସୋମବାର ଓ ମଂଗଳବାର ୨ ଦିନ ଧରି ଅନୁଷ୍ଠିତ ଏହି ଉତ୍ସବର ପ୍ରଥମ ଦିନରେ କ୍ରୀଡା ଉତ୍ସବକୁ ଆବାହକ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ମାଝୀ ସଭାପତିତ୍ବ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସାଉଥ ଏସିଆ ବଡି ବିଲଡର ଗୋଲ୍ଡ ମେଡାଲିଷ୍ଟ ବଲାଲ ଖାନ୍ ଯୋଗଦେଇ ନିଜକୁ ପ୍ରତିଷ୍ଠା କରିବା ପାଇଁ ଇଚ୍ଛାଶକ୍ତିର ଆବଶ୍ୟକତା ଗୁରତ୍ୱ ପୁର୍ଣ ବୋଲି ପ୍ରକାଶ କରିଥିଲେ, ମୁଖ୍ୟ ବକ୍ତା ଭାବେ ବେଗୁନିଆପଡ଼ା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୋମନାଥ ସେଠୀ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଉଦେଶ୍ୟରେ ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ କୋଦଳା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ବନାଞ୍ଚଳ ଅଧିକାରୀ ହରପ୍ରସାଦ ସାହୁ, ଜେଲ୍ ଅଧିକ୍ଷକ ମନୋଜ କୁମାର ସୂତାର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଜେନା, ସିଆରସିସି ବିଷ୍ନୁ ପ୍ରସାଦ ସିଂ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦେବେନ୍ଦ୍ର କୁମାର ପାଣ୍ଡି ପ୍ରମୁଖ ମଞ୍ଚାସିନ ଥିଲେ। କ୍ରୀଡାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା । ମଙ୍ଗଳବାର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କୋଦଳା ତହସିଲଦାର ସଶ୍ମିତା ଶତପଥୀ, ମୁଖ୍ୟବକ୍ତା ଭାବେ ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଜ୍ଞାନାନନ୍ଦ ସାଗର କୁମାର ଯୋଗ ଦେଇ ବିଦ୍ଯାଳୟର ଉର୍ନ୍ନତି ତଥା ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପୌରାଣିକ ଉଦାହରଣ ମାଧ୍ୟମରେ ନିଜର ସୁ ଚିନ୍ତିତ ବକ୍ତବ୍ୟ ରଖିଥିଲେ। ସେହିପରି ସ୍ବତନ୍ତ୍ର ଅତିଥି ଭାବେ ବେଗୁନିଆପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାହୁ,ସମ୍ମାନିତ ଅତିଥି ଭାବେ ସିଆରସିସି ବିଷ୍ନୁ ପ୍ରସାଦ ସିଂ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦେବେନ୍ଦ୍ର କୁମାର ପାଣ୍ଡି ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଉତ୍ସବରେ ଶିକ୍ଷକ ଶରତ ଚନ୍ଦ୍ର ଜାଲି ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ଯାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ,ଛାତ୍ରଛାତ୍ରୀମାନଙ୍କ ସହ ବହୁ ଅଭିଭାବକ ଅଭିଭାବିକା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।ଏହି ଅବସର ରେ ବିଦ୍ଯାଳୟ ତରଫରୁ ଏକ ପୁସ୍ତକ ‘କୋଦଳା କୁସୁମ “ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଛି। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ କାର୍ଯ୍ୟକ୍ରମକୁ ଉଦଯାପନ କରାଯାଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.