କୋଦଳା ତେଜ୍ ଏଗ୍ରୋ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ; ତିନି କୋଟିରୁ ଉର୍ଦ୍ଧ୍ବ ଟଙ୍କାର କଞ୍ଚାମାଲ ଓ ଯନ୍ତ୍ରାଂଶ ପୋଡି ନଷ୍ଟ ।
କୋଦଳା,୧୮/୧୨(ପିପିଟି): ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ୱାର୍ଡ ନଂ ୩ ଲୁହାଶଙ୍ଖ ସ୍ଥିତ ତେଜ୍ ଏଗ୍ରୋ ନାମକ ଏକ ଜୁସ ଫ୍ୟାକ୍ଟ୍ରି ରେ ଆଜି ସକାଳ ପାଖାପାଖି ଛଅ ଘଣ୍ଟ ସମୟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ସେଥିରେ ପାଖାପାଖି ପ୍ରାୟ ତିନି କୋଟିରୁ ଉର୍ଦ୍ଧ୍ବ ଟଙ୍କାର କଞ୍ଚାମାଲ ଓ ଯନ୍ତ୍ରାଂଶ ପୋଡି ନଷ୍ଟ ହୋଇ ଯାଇଥିବା ନେଇ ଏହାର ମାଲିକ ଅଜିତ ପ୍ରସାଦ ସାହୁ ପ୍ରକାଶ କରିଛନ୍ତି । ସୂଚନା ମୁତାବକ ସବୁଦିନ ପରି ଆଜି ସକାଳ ଛଅ ଘଣ୍ଟ ସମୟରେ ଫ୍ୟାକ୍ଟ୍ରି ର ମାଲିକ ଅଜିତ ପ୍ରସାଦ ସାହୁ ଫ୍ୟାକ୍ଟ୍ରି ନିକଟକୁ ଆସି ପହଞ୍ଚିଲା ବେଳକୁ ଲୋକ ମାନେ ଫ୍ୟାକ୍ଟ୍ରି ଆଗରେ ନିଆଁ ଲାଗି ଯାଇଥିବା କହି ଗହଳି କରିଥିଲେ । ହଠାତ କଣ ହୋଇଗଲା ଭାବି ଅଜିତ ଫ୍ୟାକ୍ଟ୍ରି ପାଖକୁ ଯାଇ ଦେଖିଲା ବେଳକୁ ଫ୍ୟାକ୍ଟ୍ରି ମଧ୍ୟରୁ ପ୍ରବଳ ଧୁଆ ବାହାରୁଥିଲା । ଗେଟ ଖୋଲିବା କ୍ଷଣୀ ହୁତୁ ହୁତୁ ହୋଇ ନିଆଁ ଜୋର୍ ରେ ଜଳିବାକୁ ଲାଗିଲା ।ଉପସ୍ଥିତ ଲୋକ ମାନଙ୍କ ସହଯୋଗରେ ସେ ନିଆଁ କୁ ଲିଭେଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବପର ହୋଇ ନଥିଲା । ସାଙ୍ଗେ ସାଙ୍ଗେ ସେ କୋଦଳା ଅଗ୍ନିଶମ ବିଭାଗକୁ ଫୋନ୍ କରିଥିଲେ । ଫୋନ୍ ପାଇ କୋଦଳା ଅଗ୍ନିଶମ ବିଭାଗର ଦମକଳ ସହିତ କର୍ମକର୍ତ୍ତା ପହଞ୍ଚି ନିଆଁ କୁ ଆୟତ କରିଥିଲେ । ସେତେବେଳକୁ ପ୍ରାୟ ତିନି କୋଟି ରୁ ଉର୍ଦ୍ଧ୍ବ ଟଙ୍କାର କଞ୍ଚାମାଲ ଓ ଯନ୍ତ୍ରାସ ପୋଡି ନଷ୍ଟ ହୋଇ ଯାଇଥିବା ନେଇ ଅଜିତ ପ୍ରକାଶ କରିଛନ୍ତି । ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବା ବେଳେ ସଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଥିବା ନେଇ ସନ୍ଦେହ କରାଯାଉଛି । ଏ ନେଇ କୋଦଳା ଥାନାରେ ଲିଖିତ ଏତଲା ଦିଆ ଯାଇଥିବା ନେଇ ସୂଚନା ମିଳିଛି ।