କୋଦଳା,୧୯/୦୪(ପିପିଟି):ଶୁକ୍ରବାର କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ପରିସର ରେ କଲେଜ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ତତ୍ତ୍ୱାବଧାନରେ ଇତିହାସ ବିଭାଗର ପାଠଚକ୍ର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏସ ସୂର୍ଯ୍ୟ ନାରାୟଣ ଦୋରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଓଡିଶାର ସ୍ଵର୍ଣ ତ୍ରିଭୁଜ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିବା ବେଳେ ସାଧନା କର୍ମୀ ଭାବେ ପ୍ରାଧ୍ୟାପକ ଡଃ ରାଜେନ୍ଦ୍ର ପ୍ରସାଦ ବିଶୋଇ ଯୋଗଦେଇ ପାଠଚକ୍ରର ଶୀର୍ଷକ “ଓଡିଶା ର ସ୍ଵର୍ଣ ତ୍ରିଭୁଜ “ଉପରେ ଆଲୋଚନା କରିଥିଲେ । ଅନ୍ତର୍ନିହିତ ଗୁଣାବଳୀ ସଂଯୋଜକ ଡ଼କ୍ଟର ବିଷ୍ଣୁ ନାରାୟଣ ସେଠି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧ୍ୟକ୍ଷ ରଘୁନାଥ ମୁଦୁଲି ସ୍ଵର୍ଣ ତ୍ରିଭୁଜ ବିଷୟ ବସ୍ତୁ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ ।ଇତିହାସ ବିଭାଗୀୟ ମୁଖ୍ୟ ବିନୋଦ କୁମାର ମିଶ୍ର ବିଷୟ ବସ୍ତୁ ଉପରେ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା /ଅଧ୍ୟାପକ ରଞ୍ଜୁବାଳା ନନ୍ଦ, ସପନ କୁମାର ଦାଶ,ଗୃହଲକ୍ଷ୍ମୀ ସାହୁ, ସିପୁନ କୁମାର ମାଝୀ,କାହ୍ନୁ ଚରଣ ସ୍ୱାଇଁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)