କୋଦଳା କଲେଜରେ” ଆଧ୍ୟାତ୍ମିକ ଆଲୋଚନା ଚକ୍ର ” ।

0 293

କୋଦଳା,୧୯/୧୨(ପିପିଟି):ଗୁରୁବାର କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ପରିସରରେ ଏକ ଅଧ୍ୟାତ୍ମିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିବା ବେଳେ ଇତିହାସ ବିଭାଗ ଅଧ୍ୟାପକ ସପନ କୁମାର ଦାଶ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟ ପରିଷଦ ସଭାପତି ଏସ. ସୂର୍ଯ୍ୟ ନାରାୟଣ ଦୋରା ଛାତ୍ର ଛାତ୍ରୀଙ୍କ ଆଧ୍ୟାତ୍ମିକ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିବା ବେଳେ ମହାବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମୁଦୁଲି ଆଧ୍ୟାତ୍ମିକ ପରମ୍ପରାର ବିଭିନ୍ନ ଦିଗ ଉପରେ ନିଜ ବକ୍ତବ୍ୟ ରଖିଥିଲେ । ଆଜିର ଏହି ଅଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବୃନ୍ଦାବନ ନିବାସୀ ସନ୍ଥ ପୂଜ୍ୟ ବାବା ଦୀନବନ୍ଧୁ ଦାସ ମହାରାଜ ମହୋଦୟ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଭାଗବତ, ରାମାୟଣ ଓ ଗୀତା ଆଦିର ସାରମର୍ମ ଆଲୋଚନା କରି ଏକ ଭକ୍ତିପୂତ ପରିବେଶ ଶୃଷ୍ଟି କରିପାରିଥିଲେ । ସେ ମହାମୟ ଭାରତୀୟ ସଂସ୍କୃତିର ମୂଳରୂପ କୁ ଅପରିବର୍ତ୍ତିତ ରଖି ନିଜ ଜୀବନ ରେ ବିନିଯୋଗ କରିବା ପାଇଁ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅନ୍ୟ ମାନଙ୍କ ମଧ୍ୟରେ ସାଗରୀକା ଦାଶ, ରତ୍ନାକର ପ୍ରଧାନ, ଡଃ ଯୋଚ୍ଛନା ରାଣୀ ସାହୁ, ଗୃହଲକ୍ଷ୍ମୀ ସାହୁ, ତପସ୍ୱିନୀ କରଣ, ଅପରାଜିତା ପାତ୍ର, ମନୀଷା ପଟ୍ଟନାୟକ,ବର୍ଷାରାଣୀ ମହାନ୍ତି,ଲିପୁନ ମାଝୀ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକା ସମେତ କର୍ମକର୍ତ୍ତା ଓ ଶତାଧିକ ଛାତ୍ର ଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ

Leave A Reply

Your email address will not be published.