କୋଦଳା,୧୭/୦୩(ପିପିଟି):ବାଜିଲା ୨୦୨୪ ସାଧାରଣ ନିର୍ବାଚନ ବିଗୁଲ !ସଙ୍ଗେ ସଙ୍ଗେ ଆଚରଣ ବିଦ୍ଧି । ଏହାକୁ ତିଳେମାତ୍ର ବିଳମ୍ବ ନ କରି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଦଳ ତଥା ରାଜନେତାଙ୍କ ବିଭିନ୍ନ ପ୍ରକାର ହୋର୍ଡିଙ୍ଗ ଉଛେଦ କରାଯାଇଛି । ରବିବାର ଛୁଟିଦିନ ହୋଇଥିଲେ ସୁଦ୍ଧା ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ ସକାଳୁ ସକାଳୁ ନିଜର କର୍ମକର୍ତ୍ତା ଓ ସଫେଇ କର୍ମଚାରୀଙ୍କୁ ଧରି ପ୍ରତ୍ୟକ ମୁଖ୍ୟ ରାସ୍ତା, ଗଳି, କନ୍ଦି ବୁଲି ବିଭିନ୍ନ ଜାଗାରେ ଲାଗିଥିବା ହୋର୍ଡିଙ୍ଗ, ବେନର ଓ ପୋଷ୍ଟର ହଟାଇ ନିଜ ଗାଡିରେ ବୋହି ନେଇଥିଲେ । ନିର୍ବାହୀ ଅଧିକାରୀଙ୍କ ଏହି କାର୍ଯ୍ୟକୁ ସାଧାରଣରେ ପ୍ରସଂଶା କରାଯାଇଥିବା ବେଳେ ଯଦି ବା କୌଣସି ରାଜନୈତିକ ବ୍ୟକ୍ତି ଆଚରଣ ଵିଧି ଉଲ୍ଲଙ୍ଘନ କରନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି ।ପ୍ରକାଶ ଥାଉ କି ଆସନ୍ତା ୨୦୨୪ ମେ ମାସ ୨୦ ତାରିଖ ରେ ଆସ୍କା ସଂସଦୀୟ କ୍ଷେତ୍ର ସହିତ କବିସୂର୍ଯ୍ୟନଗର ବିଧାନ ସଭା ନିର୍ବାଚନ ଅନୁଷ୍ଠିତ ହେବ । ବହୁ ପୂର୍ବରୁ କୋଦଳା ଏନ୍ଏସି ର ସହଯୋଗ ତଥା କୋଦଳା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ଏକ କମ୍ପାନୀ ପୋଲିସ ଫୋର୍ଷ କଲ୍ୟାଣ ମଣ୍ଡପ ଠାରେ ମୃତୟନ ହୋଇ ପ୍ରତ୍ୟେକ ଦିନ କୋଦଳା ଅଞ୍ଚଳ ସହିତ ବିଭିନ୍ନ ପଞ୍ଚାୟତରେ ଫ୍ଲାଗ ମାର୍ଚ୍ଚ କରି ଜନସାଧାରଣଙ୍କୁ ଏକ ନିରପେକ୍ଷ ନିର୍ବାଚନ କରାଯିବା ନେଇ ସଚେତନତା ବାର୍ତ୍ତା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)