କୋଦଳାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା,ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଆଲୋଚନା ।

0 239

କୋଦଳା,୧୨/୦୮(ପିପିଟି):ମଙ୍ଗଳବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା କୋଦଳାରେ ପହଞ୍ଚିଥିଲେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । କୋଦଳା ବସଷ୍ଟାଣ୍ଡ ଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ପହଞ୍ଚିବା ପରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ସମେତ ଏନ୍ଏସି ଅଧ୍ୟକ୍ଷ୍ୟ ସୂର୍ଯ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷ୍ୟା ରଞ୍ଜିତା ସେଠୀ, ମେଡିକାଲ /ଏନ୍ଏସି କର୍ମଚାରୀ, ବିଜେପି କର୍ମୀ ଓ କର୍ମକର୍ତ୍ତା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରେ ପରେ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ସ୍ୱାସ୍ଥ୍ୟସେବା ସମସ୍ୟା ଉପରେ ବିଧାୟକ ଓ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା । କୋଦଳା ଏନ୍ଏସି ଉପାଧ୍ୟକ୍ଷ୍ୟା ରଞ୍ଜିତା ସେଠୀ ମନ୍ତ୍ରୀ ସହିତ ସ୍ଵାସ୍ଥ୍ୟ ସମସ୍ୟା ନେଇ ଆଲୋଚନା କରି ଏକ ଅନୁରୋଧ ପତ୍ର ପ୍ରଦାନ କରିଥିଲେ ଦୀର୍ଘ ବର୍ଷ ହେବ ସହରାଞ୍ଚଳ ହସ୍ପିଟାଲରେ ସ୍ଥାୟୀ ଡାକ୍ତର, ଆବଶକୀୟ କର୍ମଚାରୀ ନିଯୁକ୍ତି ନଥିବାରୁ ତାରି ଉପରେ ନିର୍ଭର କରୁଥିବା ରୋଗୀ ଏବଂ କୋମଳମତି ଶିଶୁ ଉତ୍ତମ ସ୍ଵାସ୍ଥ୍ୟ ସେବା ପାଇପାରୁ ନାହାଁନ୍ତି ଏବଂ ପ୍ରାୟ କୋଟିଏ ରୁ ଉର୍ଦ୍ଧ୍ଵ ଟଙ୍କାର ଫିଜିଓ ଥୋରାପି ଯନ୍ତ୍ରପାତି ଥିଲେ ସୁଦ୍ଧା ସେଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ଅପରେଟର ନଥିବାରୁ ସେଗୁଡିକ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି,ଏ ସବୁର ସମାଧାନ ସହିତ ଅଞ୍ଚଳ ଜନ ସାଧାରଣଙ୍କ ସ୍ୱାସ୍ଥ୍ୟସେବାର ଉନ୍ନତି ନିମନ୍ତେ ସ୍ଥାୟୀ ଡକ୍ଟର,ଫିଜିଓଥୋରାପି ଅପରେଟର ସମେତ ଆବଶ୍ୟକୀୟ କର୍ମଚାରୀ ଯୋଗାଇ ଦେବା ସହିତ କୋଦଳା ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ରକୁ ସ୍ଥାୟୀ ଶିଶୁ ରୋଗ ବିଶେଷଜ୍ଞ,ସର୍ଜରୀ ବିଶେଷଜ୍ଞ ଡକ୍ଟର ନିଯୁକ୍ତି ଦେଲେ ଅଞ୍ଚଳବାସୀ ଉଚିତ ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ଉପାଧ୍ୟକ୍ଷ୍ୟା ଉଲ୍ଲେଖ କରିଥିଲେ । ଆଲୋଚନା ପରେ ମନ୍ତ୍ରୀ କହିଥିଲେ ଯେ ସ୍ଵାସ୍ତ୍ୟ ସେବାର ଉନ୍ନତି ପାଇଁ ବିଧାୟକଙ୍କ ପ୍ରଚେଷ୍ଟା ଜାରିରହିଛି, ଓଡିଶାର ପ୍ରାୟ ଡାକ୍ତର ଖାନା ରେ ଡାକ୍ତର ଅଭାବ ପାରିଲକ୍ଷିତ ହେଉଛି, ଶତପ୍ରତିଶତ ନ ହେଲେ ବି ଆବଶ୍ୟକୀୟ ଡାକ୍ତର ପଦବୀ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.