କୋଦଳାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ।

0 14

କୋଦଳା,୧୦/୦୯(ପିପିଟି):କୋଦଳା କୋର୍ଟ ପରିସରରେ ଥିବା ତିନୋଟି ଅଦାଲତର,ଦୀର୍ଘ ଦିନରୁ ବିଚାରାଧୀନ ଥିବା ବିଭିନ୍ନ ମକଦ୍ଦମା ର ସମାଧାନ ଏବଂ ଫଇସଲା କରିବା ପାଇଁ ଶନିବାର ଦିନ “ରାଷ୍ଟ୍ରୀୟ ଲୋକ ଅଦାଲତ”, ଅନୁଷ୍ଠିତ ହୋଇଯାଇଛି । କୋଦଳା ଠାରେ କାର୍ଯ୍ୟକ୍ଷମ ଥିବା ଅତିରିକ୍ତ ଜିଲ୍ଲା ଦୌରାଜଜ୍, ଜେଏମଏଫସି କୋର୍ଟ ଓ ସବ୍ ଜର୍ଜ କୋର୍ଟରେ ପଡି ରହିଥିବା ବିଭିନ୍ନ ମାମଲା ଗୁଡିକୁ ଅତିରିକ୍ତ ଜିଲ୍ଲା ଦୌରାଜଜ ଚିନ୍ମୟୀ ଗୋଛାୟତ, ସବଜଜ ବର୍ଣାଳୀ ତ୍ରିପାଠୀ, ଜେଏମଏଫସି ଜଜ ବିମଲ ଲକ୍ଷ୍ମୀ ଚୌଧୁରୀଙ୍କ ଉପସ୍ଥିତି ରେ ରାଷ୍ଟ୍ରୀୟ ଲୋକ ଅଦାଲତ ମାଧ୍ୟମରେ ତତ୍କାଳ ସମାଧାନ କରାଯାଇଥିବା ଜଣାପଡିଛି। ସବ୍ ଜର୍ଜ କୋର୍ଟରେ କୋଦଳା ଷ୍ଟେଟ୍ ବ୍ୟାଙ୍କର ରୁଣ ସଂପର୍କୀତ ୫ ଟି ମାମଲା ଫଇସଲା ହୋଇ ୧୩୦୦୦୦/-ଜୋରିମାନା ଆଦାୟ ହୋଇଥିବା ଜଣାପଡ଼ିଛି ।ସେହିପରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଦାଲତରେ ସିଭିଲ ସଂପର୍କୀତ ଅପିଲ୍ କେଶ୍ ଗୁଡିକ ସମାଧାନ ହୋଇଥିବା ବେଳେ ଜେଏମଏଫସି କୋର୍ଟରେ ଯାନବାହାନ ସଂପର୍କୀତ ମାମଲାର ସମାଧାନ ହୋଇ ବିଭିନ୍ନ ମାମଲାରୁ ଜୋରିମାନା ଆଦାୟ ହୋଇଛି । ଏହି ଲୋକ ଅଦାଲତ ରେ ବରିଷ୍ଠ ବରିଷ୍ଠ ଆଇନଜୀବୀ ତାରିଣୀ ଚରଣ ପଟ୍ଟନାୟକ, ନୀଳାଞ୍ଚଳ ପୋଲେଇ,ସୁବାସ ଚନ୍ଦ୍ର ସାହୁ,ଭଗବାନ ହୋତା,କୈଳାସ ଚନ୍ଦ୍ର ଡାକୁଆ,ଭାଗୀରଥୀ ବେହେରା,ସୋମନାଥ ବେହେରା, ସ୍ବପ୍ନ କୁମାର ମିଶ୍ର,ଭାଗିରଥି ନାୟକ,ଗୋପାଳ କୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.