କୋଦଳାରେ ଗଡ଼ିଲା ସାଇବର ସଚେତନତା ରଥ ।

0 15

କୋଦଳା,୦୬/୧୦(ପିପିଟି):ବର୍ତ୍ତମାନ ରାଜ୍ୟରେ ସାଇବର ଅପରାଧ ବଢିଚାଲୁଥିବା ବେଳେ ସାଇବର ଅପରାଧକୁ ରୋକ ଲଗାଇବାକୁ ପଦକ୍ଷପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର ସେପ୍ଟେମ୍ବର ୩୦ ରୁ ଏହି ଅଭିଯାନ ଆରମ୍ଭ କରାଯାଇ ରାଜ୍ୟରେ ୩୪ ଗୋଟି ସଚେତନତା ରଥ ବାହାର କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାପାଇଁ ଦୁଇଗୋଟି ରଥ ବିଭିନ୍ନ ଅଞ୍ଚଳ ବୁଲୁଛି । ଏହି ଅବସର ରେ ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ଗୁରୁବାର, କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ଓ କନିଷ୍ଠ ମହାବିଦ୍ୟାଳୟ ସମେତ ବିଏଡ଼ କଲେଜ ଠାରେ ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ତତ୍ୱାବଧାନରେ ଏହି ରଥ ପହଞ୍ଚିବା କ୍ଷଣୀ ଛାତ୍ର ଛାତ୍ରୀ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଗଞ୍ଜାମ ପୋଲିସର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ପୃଷ୍ଟି ଅନୁଷ୍ଠାନିକ ଭାବେ ଉଦଘାଟନ କରି ପ୍ରଦୀପ ପ୍ରଜ୍ବଳନ କରିବା ସହିତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ମହାବିଦ୍ୟାଳୟ ପରିସର ରେ ଛାତ୍ର ଛାତ୍ରୀଙ୍କୁ ସାଇବର ଅପରାଧ ଉପରେ ସଚେତନ କରିବା ସହିତ,ବିଭିନ୍ନ କୁଇଜ ପ୍ରତିଯୋଗିତା ମାଧ୍ୟମରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ଅତିରିକ୍ତ ଏସପି ସାଇବର ବିଶେଷଜ୍ଞ ଅକ୍ଷୟ କୁମାର ଜେନା ପ୍ରତ୍ୟେକ ଦିନ ଘଟୁଥିବା ସାଇବର ଅପରାଧ ଉପରେ ଆଲୋକପାତ କରିଥିଲେ!ପରେ ପରେ ରଥ ମଧ୍ୟରେ ଏଲଇଡି ଦ୍ୱାରା ଏକ ଛୋଟ ସିନେମା ଦ୍ୱାରା ସଚେତନ କରାଯାଇଥିବା ବେଳେ ଭୁବନେଶ୍ୱର ଠାରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ସାଇବର ଅପରାଧ ଉପରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ନାତ୍ତକ ମହାବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମୁଦୁଲି, ଜୁନିଅର କଲେଜ ଅଧ୍ୟକ୍ଷ ଦତ୍ତରମ ବିଶୋଇ,ସଂଯୋଜକ ସାଶାଲିପି ନାୟକ, ସରୋଜ କୁମାର ଆଚାର୍ଯ୍ୟ,ଆଦିତ୍ୟ ପ୍ରସନ ମହାପାତ୍ର ଓ କଲେଜ କର୍ମକର୍ତ୍ତା ଉପସ୍ଥିତ ଥିବାବେଳେ କୋଦଳା ପୋଲିସ ପକ୍ଷରୁ ଏସଆଇ ଶ୍ରଦ୍ଧାଞ୍ଜଳି ସେନାପତି,ଏଏସଆଇ ସସ୍ମିତା ବେହେରା,ଏଏସଆଇ ଅମୁଲ୍ୟ ରତ୍ନବୀର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ କୁଇଜ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.