କୋଦଳା,୨୪/୦୨(ପିପିଟି): ଗଞ୍ଜାମ ଜିଲ୍ଲାର କୋଦଳା ତହସିଲ ସର୍ବ ପୁରାତନ ତହସିଲ । ଏହାକୁ ଏବେ ସବ୍ ଡିଭିଜନ ମାନ୍ଯତା ଦାବି କରୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।ଇତିହାସରୁ ଜଣାପଡ଼େ ଯେ ବ୍ରିଟିଶ ଶାସନ ସମୟରେ ଏହା ଏକ ଉପଖଣ୍ଡ ଭାବେ ପରିଚିତ ଥିଲା। ବହୁ ପୁରାତନ ତହସିଲ କୋଦଳା ଏବେ ଲାଞ୍ଛିତ ଓ ଅବହେଳିତ ହୋଇ ରହି ଯାଇଛି। ଏଣୁ କୋଦଳାକୁ ଏବେ ଉପଖଣ୍ଡ ତଥା ସବ୍ ଡିଭିଜନ ମାନ୍ଯତା ଦାବି କରୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଦଳମତ ନିର୍ବିଶେଷରେ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଗଠିତ ହୋଇଥିବା କୋଦଳା ସ୍ବାଭିମାନ ସୁରକ୍ଷା ଅଭିଯାନ ମଞ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କୋଦଳା ଜଗନ୍ନାଥ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କ ସଂଯୋଜନାରେ କୋଦଳା ଏନ୍ଏସି ଉପାଧ୍ଯକ୍ଷା ରଞ୍ଜିତା ସେଠୀ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି ଦାବିକୁ ଆଗାମୀ ଦିନରେ କିପରି ରାଜ୍ଯ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସହ କୋଦଳାକୁ ସବ୍ ଡିଭିଜନ ମାନ୍ଯତା ପ୍ରଦାନ କରାଯିବ ସେ ନେଇ ସମସ୍ତେ ନିଜ ମାଟି ପାଇଁ ଲଢିବାକୁ ଉକ୍ତ ବୈଠକରେ ଆହ୍ବାନ ଦେଇଥିଲେ । ଆଗାମୀ ୨୭ ତାରିଖରେ କୋଦଳା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବାକୁ ଉକ୍ତ ବୈଠକରେ ସ୍ଥିର କରାଯାଇଛି। ଏଥିରେ ସମାଜସେବୀ ତଥା ପୂର୍ବତନ କାଉନସିଲର ସନ୍ତୋଷ ନାୟକ, ଆଇନଜୀବୀ ମୀରାବାଈ ଦେଓ, କାଉନସିଲର ମନୋରଞ୍ଜନ ଡାକୁଆ, ବରିଷ୍ଠ ନାଗରିକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ଦୋରା, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ସରୋଜିନୀ ବ୍ରହ୍ମା,ଗଣେଷ ଯୁବକ ସଂଘ ସଭାପତି ସନ୍ତୋଷ କୁମାର ପ୍ରଧାନ,ପଣ୍ଡିତ ଦୁର୍ଗା ପ୍ରସାଦ ଦାଶ, ସାମ୍ବାଦିକ ସୁଶାନ୍ତ କୁମାର ପଟ୍ଟନାୟକ,ସୂର୍ଯ୍ୟ ନାରାୟଣ ବଡୁ,ରଜନୀ ସେଠୀ,ରଶ୍ମି ରଞ୍ଜନ ପଣ୍ଡା,କାଳୀ ପ୍ରସାଦ ରଥଚନ୍ଦନ ସ୍ୱାଇଁ, ରମେଶ ନାୟକ,ବିଭୁତି ଭୂଷଣ ରଥଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)
Next Post