କୋଦଳାକୁ ସବ୍ ଡିଭିଜନ ମାନ୍ଯତା ଦାବି;କାଳିମେଘିରେ କୋଦଳା ସ୍ବାଭିମାନ ସୁରକ୍ଷା ଅଭିଯାନ ମଞ୍ଚର ବୈଠକ ।

0 277

କୋଦଳା,୨୫/୧୦(ପିପିଟି):କୋଦଳା ତହସିଲକୁ ସବ୍ ଡିଭିଜନ ମାନ୍ଯତା ଦାବି ଆଉ ପାଦେ ଆଗକୁ ଯାଇଛି। ଶନିବାର କାଳିମେଘି ପଞ୍ଚାୟତରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କୋଦଳା ସ୍ବାଭିମାନ ସୁରକ୍ଷା ଅଭିଯାନ ମଞ୍ଚ ପକ୍ଷରୁ ଅନୁଷ୍ଠିତ ବୈଠକରେ କାଳିମେଘି ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମଞ୍ଚର ସଂଯୋଜକ ଦଣ୍ଡପାଣି ମହାପାତ୍ରଙ୍କ ସଂଯୋଜନାରେ କୋଦଳା ଏନ୍ଏସି ଉପାଧ୍ଯକ୍ଷା ରଞ୍ଜିତା ସେଠୀ, ଆସିକା ସମବାୟ ନିର୍ଦ୍ଦେଶକ ହୃଷିକେଶ ମେହେଣା,ସମାଜସେବୀ ତଥା ପୂର୍ବତନ କାଉନସିଲର ସନ୍ତୋଷ ନାୟକ, ଆଇନଜୀବୀ ମୀରାବାଈ ଦେଓ, କାଉନସିଲର ମନୋରଞ୍ଜନ ଡାକୁଆ, ବରିଷ୍ଠ ନାଗରିକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ଦୋରା, ଡଃ ଦୁର୍ଗା ପ୍ରସାଦ ଦାଶ, ସାମ୍ବାଦିକ ସୁଶାନ୍ତ କୁମାର ପଟ୍ଟନାୟକ, କୃଷ୍ଣଚନ୍ଦ୍ର ପଲେଇ, ସୂର୍ଯ୍ୟ ନାରାୟଣ ବଡୁ କଂ ସମେତ କାଳିମେଘି ପଞ୍ଚାୟତର ବହୁ ଜନସାଧାରଣ ଉପସ୍ଥିତ ଥିଲେ। କୋଦଳା ସବ୍ ଡିଭିଜନ ମାନ୍ଯତା ଦାବି ଯଥାର୍ଥ ଅଟେ। ଦଳମତ ନିର୍ବିଶେଷରେ ସମସ୍ତେ ଏହାକୁ ସମର୍ଥନ କରି ରାଜ୍ଯ ସରକାରଙ୍କ ନିକଟରେ ଆଗାମୀ ଦିନରେ କିଭଳି ଦୃଢ଼ ଦାବି ଉପସ୍ଥାପନ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମସ୍ତେ ନିଜ ମାଟି ପାଇଁ ଲଢିବାକୁ ଉକ୍ତ ବୈଠକରେ ଆହ୍ବାନ ଦିଆଯାଇଛି। ଆଗାମୀ ଦିନରେ ସମସ୍ତ ପଞ୍ଚାୟତରେ ଏନେଇ ବୈଠକ କରାଯିବା ପରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.