କୋତପୁର ପି.ଏଚ୍.ସିରେ ଆୟୁଷ୍ମାନ ଭାରତ ଯୋଜନା କାଡ଼ ବଣ୍ଟନ ।

0 217

ଯାଜପୁର,୧୧/୦୪(ପିପିଟି):ସ୍ୱାସ୍ଥ୍ୟ ଆମ ସମ୍ପଦ। ଏହି କ୍ଷେତ୍ରରେ ସର୍ବଦା କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବ ଦେଇଆସିଛନ୍ତି।ସେହିପରି ଭାବେ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ବୈପବ୍ଲିକ ପରିବର୍ତ୍ତନ ଆଣିଛନ୍ତି ସରକାର। ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୋଡିହୋଇଛି ନୂଆ ଅଧ୍ୟାୟ।ଆଜି ରାଜ୍ୟବ୍ୟାପି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ‛ ଙ୍କ ଦ୍ଵାରା ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ ଏବଂ ‘ଗୋପବନ୍ଧୁ ଜନ ଆରୋଗ୍ୟ ସମନ୍ଵିତ ଯୋଜନା’ର ଶୁଭାରମ୍ଭ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା, ଧର୍ମଶାଳା ବ୍ଲକ କୋତପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋତପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୫ ଜଣ ହିତାଧିକାରୀଙ୍କୁ ଏହି କାର୍ଡ ପ୍ରଦାନ କରାଯାଇଛି । ଅନୁଷ୍ଠିତ ହୋଇଥିବା ସଭାରେ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରତ୍ୟୁଷ କୁମାର ମହାରଣା ସଭା ପରିଚାଳନା କରିଥିବା ବେଳେ, ଉପସ୍ଥିତ ଥିଲେ କୋତପୁରର ସରପଞ୍ଚ ସୁନାକର ବେହେରା,ମିର୍ଜ଼ାପୁରର ସରପଞ୍ଚ ପ୍ରଶାନ୍ତ କୁମାର ଦାସଙ୍କ ସମେତ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରତିନିଧି ତପନ ମାଉନ୍ତ, ଅଧରକାନ୍ତ ଜେନା ଓ ଘନଶ୍ୟାମ ଦାସ ଉପସ୍ଥିତ ଥିଲେ। ଏହି ସଭାରେ ସାମିଲ୍ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଜଳଖିଆ ଓ ମଧ୍ୟାନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଆଶା କର୍ମୀ ଓ କମନ୍ ସର୍ଭିସ ସେଣ୍ଟର କର୍ମଚାରୀ ମାନଙ୍କ ଜରିଆରେ ସମସ୍ତ ହିତାଧିକାରୀଙ୍କ ନିକଟକୁ କାର୍ଡ ସରକାର ପହଞ୍ଚାଇଦେବେ ଏବଂ ନୂଆଁ କାର୍ଡ ପାଇବା ପର୍ଯ୍ୟନ୍ତ ଯଦି କେହି ହିତାଧିକାରୀ ସେବା ଚାହାଁନ୍ତି ତେବେ ନିଜର ଆଧାର କାର୍ଡ ଦେଖାଇ ସେବା ପାଇପାରିବେ ବୋଲି ଶ୍ରୀ ମହାରଣା ମତପ୍ରକାଶ କରିଛନ୍ତି। ଧର୍ମଶାଳା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ କୁଳମଣି ଭୋଇ ସମସ୍ତ କାର୍ଯ୍ୟକୁ ତଦାରଖ କରିବା ସହ ପି.ଏଚ୍.ସି ର ଫାର୍ମାସିଷ୍ଟ ଜୟନ୍ତ ବେହେରା ସ୍ୱାଗତିକା,ପ୍ରତିମା ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.