ଲକ୍ଷ୍ମୀପୁର,୦୮/୧୨:କୋରାପୁଟ ଜିଲା ଲକ୍ଷ୍ମୀପୁର କୋଡିଙ୍ଗା ମାଳି ଶାନ୍ତି ସୁବାସ ଖଣି ପରିବହନ ସଂଘ ପକ୍ଷରୁ ରବିବାର ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସଫେଇ ସହିତ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଛି । ଏହି ଅବସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରେଶ୍ୱର ଭୋଇଙ୍କ ସମେତ ଡାକ୍ତର ଦୀନବନ୍ଧୁ ଚୌଧୁରୀ, କୋରାପୁଟ ପୁର୍ବତନ ସାଂସଦ ଝିନ ହିକକା, କୋରାପୁଟ ପୁର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ,ସରପଞ୍ଚ ଶ୍ଯାମସୁନ୍ଦର ତାଡିଙ୍ଗ ଙ୍କ ସମେତ ସଦସ୍ୟ କାର୍ଯ୍ୟ କ୍ରମରେ ସାମିଲ୍ ହୋଇଥିଲେ। ସଂଘ ପକ୍ଷରୁ ପ୍ରଥମେ ସ୍ବାସ୍ଥ୍ୟକେନ୍ଦ୍ର ଚତୁପାର୍ଶ୍ବ ସଫେଇ କରିଥିଲେ। ପରେ ଡାକ୍ତର ଖାନାରେ ଚିକିତ୍ସାଧିନ ଥିବା ରୋଗୀ ମାନଙ୍କୁ ଫଳ ଓ ବିସ୍କୁଟ୍ ବଣ୍ଟନ କରାଯାଇଥିଲା। ସଂଘର ସଭାପତି ଧର୍ମେନ୍ଦ୍ର ବିଡି଼କା, ଅଙ୍କୁଶ ଖରା ଓ କୋଷାଧ୍ୟକ୍ଷ କବିର ଗରଡ଼ା କାର୍ଯ୍ୟ କ୍ରମ ପରିଚାଳନା କରିଥିଲା ବେଳେ ବହୁ ସଂଖ୍ୟକ ସଦସ୍ୟ ଏଥିରେ ସାମିଲ୍ ହୋଇଥିଲେ।