କୋଟସମଲାଇ ରେ ସାର୍ବଜନୀନ ଦୁର୍ଗାପୂଜା ; ଚଳିତ ବର୍ଷ ୫୦ ବର୍ଷରେ ପଦାର୍ପଣ ।

0 237

ସୁବର୍ଣ୍ଣପୁର ,୧୨/୧୦(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଠାରେ ଚଳିତ ବର୍ଷ ୫୦ତମ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି। ୧୯୭୫ମସିହାରୁ ନିରବଚ୍ଛିନ୍ନ ଭାବରେ ମହାସମାରୋହରେ ଦୁର୍ଗାପୂଜା ହେଉଆସୁଅଛି। ଚଳିତବର୍ଷ ୫୦ତମ ହୋଇଥିବାରୁ ଦୁର୍ଗାପୂଜା ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଉଛି ।ଏହି ଅବସରରେ ଜଗତଜନନୀ ମାଁ ଦୁର୍ଗାଙ୍କ ନବରାତ୍ର ପୂଜା, ସହସ୍ରାହୁତୀ, ଘୃତ ଯଜ୍ଞ, ଚଣ୍ଡିପାଠ, ହୋମଯଜ୍ଞ, ମଙ୍ଗଳଆଳତୀ ଆଦି ଅନୁଷ୍ଠିତ ହେଉଅଛି।ନବରାତ୍ର ପୂଜାରେ ମାଁ ଦୁର୍ଗାଙ୍କ ବିଭିନ୍ନ ବିଭିନ୍ନ ବେଶରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଛନ୍ତି। ଗାଁ ର ମଙ୍ଗଳକାମନା ପାଇଁ ପ୍ରତିଦିନ ନାମ ସଂକୀର୍ତ୍ତନ ମାଧ୍ୟମରେ ନଗର ପରିକ୍ରମା କରି ଆଧ୍ୟାତ୍ମିକ ପରିବେଶ କରାଯାଉଅଛି। ଏଥିରେ ମୁଖ୍ୟ ପୂଜକ ଭାବେ ପଣ୍ଡିତ ଦେବାର୍ଚ୍ଚନ ଦାଶ ଓ ସହଯୋଗୀ ପୂଜକ ଭାବେ ପଣ୍ଡିତ ଅର୍ଜୁନ ପଣ୍ଡା କାର୍ଯ୍ୟ ତୁଲାଉଛନ୍ତି। ପ୍ରତିଦିନ ସନ୍ଧ୍ୟାରେ ମାଁ ଦୁର୍ଗା ଙ୍କ ନିକଟରେ ସନ୍ଧ୍ୟା ମଙ୍ଗଳ ଆଳତି ଦିଆଯାଉଛି।ମାଁ ଦୁର୍ଗାଙ୍କ ମଣ୍ଡପ ସମ୍ମୁଖରେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି।ଗତ ୨ ତାରିଖରେ କଳଶ ଶୋଭାଯାତ୍ରା ହେଇଥିବା ବେଳେ ୩ ରେ ମାଁ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି।ଆଜି ବିଜୟାଦଶମୀ,୧୩ରେ ଦଶହରା ଓ ୧୪ତାରିଖରେ ଭଷାଣୀ ଶୋଭାଯାତ୍ରା ଅନୁଷ୍ଠିତ ହେବ। ୫ତାରିଖରେ ସ୍ଥାନୀୟ କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ,୬ ତାରିଖରେ ଢେଙ୍କାନାଳ ପାଇକ ଆଖଡା ଓ ଭଟଲି ସାଂସ୍କୃତିକ କାର୍ଯ୍ୟକ୍ରମ ,୭ରେ ଭୁବନେଶ୍ୱର ଭଜନ ସନ୍ଧ୍ୟା,୮ରେ ଭୁବନେଶ୍ୱର ଶ୍ରୀ ସାଇ ଡାନ୍ସ ଏକାଡେମୀ,୯ରେ ସଞ୍ଚାର କାର୍ଯ୍ୟକ୍ରମ,୧୦ରେ ତଳାବିରା କୃଷ୍ଣଗୁରୁ,୧୧ରେ ରଘୁନାଥ ନାଟ୍ୟ କଳାପରିଷଦ ପକ୍ଷରୁ ପୈରାଣିକ ନାଟକ ମହୀରାବଣ ବଧ,୧୨ରେ ଜଗନ୍ନାଥ ନାଟ୍ୟ କଳାପରିଷଦ ପକ୍ଷରୁ ପୈରାଣିକ ନାଟକ ରାବଣ ବଧ,୧୩ରେ ରଘୁନାଥ ନାଟ୍ୟ କଳାପରିଷଦ ପକ୍ଷରୁ ସାମାଜିକ “ନାଟକ ଜନମ ନେଇଛି କାନ୍ଦିବା ପାଇଁ” ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି।୧୩ ତାରିଖରେ ସାର୍ବଜନୀନ ଦୁର୍ଗାପୂଜା ସୁବର୍ଣ୍ଣଜୟନ୍ତୀ ସମାରୋହର ଏକ ସ୍ମରଣିକା ‘ଅପର୍ଣ୍ଣା ‘ ଉନ୍ମୋଚନ ହେବ।ଏପଟେ ଜଗତଜନନୀ ମାଁ ଦୁର୍ଗାଙ୍କ ମହାସମାରୋହରେ ଦୁର୍ଗାପୂଜା ପାଳନ କରାଯାଉଛି। ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମାଁ ଦୁର୍ଗାଙ୍କ ଆର୍ଶିବାଦ ପାଇଁ ଧାଇଁ ଆସୁଛନ୍ତି।

ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.