କୋକସିଂହ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ।

0 134

ଖୋର୍ଦ୍ଧା,୨୮/୦୩(ପିପିଟି): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ କୋକସିଂହ ପ୍ରାଥମିକ ବିଦ୍ଯାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏ ଅବସରରେ ବିଦ୍ୟାଳୟ ସଭାପତି ସତ୍ଯଜିତ ଚମ୍ପତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା ରେ ମୁଖ୍ଯ ଅତିଥି ଭାବରେ ଡଗଂରପଡ଼ା ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରବିତ୍ର ମୋହନ ଖାଡଂଗା ମୁଖ୍ଯବକ୍ତା ଭାବରେ, ବିଦ୍ୟାଳୟ ର ପୂର୍ବତନ ପ୍ରଧାନଶିକ୍ଷକ ସର୍ବେଶ୍ବର ସାହୁ ଓ ସମ୍ମାନିତ ଅତିଥି ଭାବରେ ମୋ ସ୍କୁଲର କମିଟି ର ସଭାପତି ଅଶୋକ କୁମାର ଦାଶ ଓ ସ୍ଥାନୀୟ ଭୋଳାନାଥ ବିଦ୍ୟାପୀଠ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ହୁଷିକେଶ ଛୋଟରାୟ ଯୋଗଦାନ କରିଥିଲେ। ଶିକ୍ଷା ହିଁ ଏକ ସୁସ୍ଥ ସମାଜ ଗଠନର ମୂଳ ଆଧାର ତେଣୁ ଶିକ୍ଷା ମାଧ୍ଯମରେ ସମାଜକୁ ଆଗେଇ ନିଆଯାଇ ପାରିବ ବୋଲି ଏ ଅବସରରେ ଅତିଥି ମାନେ ସାମୁହିକ ମତବ୍ଯକ୍ତ କରିଥିଲେ l ପ୍ରାରମ୍ଭରେ ଆଚଂଳିତ ସାଧନ କେନ୍ଦ୍ର ସଂଯୋଜକ ପ୍ରଶାନ୍ତ କୁମାର ନାୟକ ସମସ୍ତଙ୍କୁ ସ୍ବାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ । ଛାତ୍ର ଛାତ୍ରୀ ଓ ସହକାରୀ ଶିକ୍ଷୟତ୍ରୀ ଅତିଥି ମାନଙ୍କୁ ଫୁଲ ଚନ୍ଦନ ଓ ଓପଢୌକନ ଦେଇ ସମ୍ମର୍ଦ୍ଧିତ କରିଥିଲେ । ପରେ ଅତିଥିଗଣଙ୍କ ଦ୍ୱାରା ଦେବ ପୂଜନ ହେଲାପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।ସରକାରୀ ଶିକ୍ଷୟତ୍ରୀ ସୌମ୍ୟା ରୂପା ପ୍ରଧାନଙ୍କ ନିର୍ଦେଶନାରେ ଛାତ୍ରୀଗଣ ସୁଲଳିତ କଣ୍ଠରେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଲୋପାମୁଦ୍ରା ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ l ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିବା ବେଳେ ଏହାକୁ ସହକାରୀ ଶିକ୍ଷୟତ୍ରୀ ସୌମ୍ୟା ରୂପା ପ୍ରଧାନ ପରିଚାଳନା କରିଥିଲେ। ସଭା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରାଯାଇଥିବା ବେଳେ ଶେଷରେ ସହକାରୀ ଶିକ୍ଷୟତ୍ରୀ ସୌମ୍ୟା ରୂପା ପ୍ରଧାନ ଧନ୍ଯବାଦ ଅର୍ପଣ କରିଥିଲେ।କାର୍ଯ୍ଯକ୍ରମ ଆୟୋଜନରେ ବିଦ୍ଯାଳୟର ସମସ୍ତ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଭିଭାବକ, ଅଭିଭାବିକା ତଥା ଗ୍ରାମବାସୀ ଉପସ୍ଥିତ ଥିଲେ । ବିଦ୍ୟାଳୟର ଶ୍ରେଣୀ କୋଠରୀରେ ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.