କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ ।

0 180

କନ୍ଧମାଳ, ୦୭/୦୩(ପିପିଟି): କେନ୍ଦ୍ର ପର୍ଯ୍ୟଟନ ବିଭାଗ କମିଶନର ବଲଵନ୍ତ ସିଂ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଛନ୍ତି । ଏହାସହ ବ୍ଲକର ମାସରୀପଡ଼ାଠାରେ ଥିବା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଓ ଆଦର୍ଶ ଅଙ୍ଗନବାଡିର ମାନ୍ୟତା ପାଇଥିବା ଆମ ଅଙ୍ଗନବାଡ଼ି କେନ୍ଦ୍ର ବୁଲି ଦେଖିଥିଲେ । କମିଶନର ପ୍ରଥମେ ଫିରିଙ୍ଗିଆରେ ପହଂଚିବା ପରେ ତାଙ୍କୁ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ କମିଶନର ଫିରିଙ୍ଗିଆ ଠାରେ ଥିବା କାଠ ତିଆରି ଶିଳ୍ପ ତାଲିମ କେନ୍ଦ୍ର ବୁଲି ଦେଖିଥିଲେ । ଏହାପରେ ସେ ମାସରୀପଡ଼ାଠାରେ ଥିବା ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଅଙ୍ଗନବାଡ଼ି କର୍ମୀ ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ପରେ ସେ ମାସିରୀପଡ଼ା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ବୁଲି ଦେଖିଥିଲେ । କମିଶନରଙ୍କ ଏହି ଗସ୍ତ ସମୟରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା, ମହିଳା ଓ ଶିଶୁ ବିକାଶ ଅଧିକାରୀ ନିବେଦିତା ପ୍ରଧାନ, ଫିରିଙ୍ଗିଆ ଭାରପ୍ରାପ୍ତ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଗଣେଶ ପ୍ରଧାନ, ବିପିଏମ ହରଗୋବିନ୍ଦ ଜାନି, ବିଡ଼ିଏମ ପ୍ରତ୍ୟୁଷ କାନ୍ତି, ସିଏଚଓ ବିଶ୍ୱଜିତ ପାଢ଼ୀ, ମହିଳା ସ୍ୱାସ୍ଥ୍ୟ କର୍ମୀ ଝିଲି ନାଏକ ପ୍ରମୁଖ ଉପସ୍ଥିତ ଥିବାବେଳେ କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନ ବିକାଶ ଉପରେ ଉପସ୍ଥିତ ସମସ୍ତ ପଦାଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।

ରିପୋର୍ଟ :-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.