କେନ୍ଦ୍ରୀୟ ସଂଚାର ବ୍ୟୁରୋ ବ୍ରହ୍ମପୁର କାର୍ଯ୍ୟାଳୟ ଦ୍ୱାରା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ।

0 241

ବ୍ରହ୍ମପୁର,୩୧/୦୮(ପିପିଟି): ଜନସାଧାରଣଙ୍କର ଭାଗିଦାରୀ ଜରିଆରେ ସମସ୍ତଙ୍କୁ ଘର ଏବଂ ଆତ୍ମନିର୍ଭର କରିବା ଏବଂ ପରିବେଶକୁ ସନ୍ତୁଳନ କରିବା ଉଦେଶ୍ୟରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ,କ୍ଷେତ୍ରୀୟ କାର୍ଯାଳୟ ବ୍ରହ୍ମପୁର ତଥା ରଙ୍ଗେଈଲୁଣ୍ଡା ବ୍ଲକ ପ୍ରଶାସନର ମିଳିତ ଆନୁକୂଲ୍ୟରେ ସାତକୁଟୁଣି ଗ୍ରାମପଞ୍ଚାୟତ ଠାରେ ଏକ ଦୁଇଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାତକୁତୁଣୀର ସରପଞ୍ଚ କୁନି ସାହୁ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏକ ବିଶାଳ ଜନ ସଚେତନା ପଦଯାତ୍ରା ଗ୍ରାମ ପରିକ୍ରମା କରି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। ଏହି ପଦ ଯାତ୍ରାରେ ଶୋତାଧିକ ମହିଳା ଯୋଗ ଦେଇଥିଲେ। ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବେ ଯୁବ ଏବଂ ସମାଜ ବିକାଶ ସଂଗଠନ ର ସଂଯୋଜକ ସୁଦିପ ଚକ୍ରବର୍ତ୍ତୀ, ବ୍ଲକ ସଂଯୋଜକ ମାମାଲି ପଣ୍ଡା ଇତ୍ୟାଦି ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ବିଭିନ୍ନ ଦିଗ ତଥା ଏହି ଯୋଜନା ଭାରତକୁ ଆତ୍ମନିର୍ଭର କରିବା ସଙ୍ଗେ ସଙ୍ଗେ ଭାରତ ଦେଶକୁ ବିକଶିତ କରିବା ପାଇଁ ସହାୟକ ହେବ ବୋଲି ବୁଦ୍ଧିଜୀବୀ ବିଜୟ କୁମାର ସାହୁ ଆଲୋଚନା କରିଥିଲେ। ଏକ୍ ପେଡ୍ ମା’ କେ ନାମ୍” ଏକ ଭାବନାତ୍ମକ ବିଚାର । ଭାରତ ସରକାର ଏକ ବ୍ୟାପକ ବୃକ୍ଷରୋପଣ ଅଭିଯାନ କରିବା ପାଇଁ ଏହାକୁ ଆରମ୍ଭ କରିଥିଲେ । ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା କରିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଗଛ ଲଗାଇବା ପାଇଁ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । ଦେଶବାସୀଙ୍କ ସଫଳ ପ୍ରଚେଷ୍ଟା ଯୋଗୁଁ “ମା’ଙ୍କ ନାମରେ ଗୋଟିଏ ଗଛ” ଏକ ବଡ ଅଭିଯାନରେ ପରିଣତ ହୋଇଛି । ଏହି ଅଭିଯାନ ଅଧୀନରେ ସମଗ୍ର ଭାରତବର୍ଷରେ ସାଢେ ୫ କୋଟିରୁ ଅଧିକ ଗଛ ଲଗାଯାଇଛି । ଏହା କେବଳ ଏକ ଗଛ ନୁହେଁ ବରଂ ମାଆଙ୍କ ପ୍ରତି ଥିବା ଆମର ସ୍ନେହ, ଶ୍ରଦ୍ଧା ଓ ଭଲପାଇବାର ଏକ ନିଚ୍ଛକ ପ୍ରମାଣ । ଏହା ମାଟି ମାଆ ପ୍ରତି ଆମର ପ୍ରେମ ଏବଂ ନିବିଡ଼ତାର ପ୍ରତୀକ ବୋଲି ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ । ପ୍ରାକ କାର୍ଯ୍ୟକ୍ରମ ପ୍ରସ୍ତୁତି ଅବସର ରେ ଏହି ଅଞ୍ଚଳର ମା ତଥା କିଶୋରୀ ବାଳିକା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ ସଂଚାର କାର୍ଯ୍ୟାଳୟ ବ୍ରହ୍ମପୁର ର ସହକାରୀ ଅଧିକାରୀ ଜୀବନ କୁମାର ସାମନ୍ତ ସିଂହାର ଅଧ୍ୟକ୍ଷତା କରିବା ସହ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଅବସର ରେ ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ କଳାକାର ମାନଙ୍କ ଦ୍ୱାରା ସୂଚନା ଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରମୋଦ ସାବତ,ଆଲୋକ ବିଶୋଇ ଇତ୍ୟାଦି ସହଯୋଗ କରିଥିଲେ।

Leave A Reply

Your email address will not be published.