ଭଞ୍ଜନଗର, ୨୦/୦୩(ପିପିଟି):ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଶିକ୍ଷାର୍ଥୀ ମାନେ ପୁଣି ଥରେ ପ୍ରତିକୂଳ ପରିସ୍ଥିତିରେ ସେମାନଙ୍କର ପରାକାଷ୍ଠା ଦେଖାଇଛନ୍ତି । ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରାଳୟ ବିଭାଗ ଦେଖୋ ଅପନା ଦେଶ୍ ତରଫରୁ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଳାର କଳା, ସଂସ୍କୃତି,ଖାଦ୍ୟପେୟ ,ପରମ୍ପରା ଆଦିକୁ ପାଥେୟ କରି ବିଦ୍ୟାଳୟର ପାଞ୍ଚ ଜଣ ଶିକ୍ଷାର୍ଥି ଏକ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ । ଏହି ପ୍ରକଳ୍ପ ବର୍ତ୍ତମାନ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି । ଏଥିରେ ବିଦ୍ୟାଳୟର ଛାତ୍ରୀ ପ୍ରଗତି ପ୍ରିୟଦର୍ଶିନୀ ଖୁଣ୍ଟିଆ, ପ୍ରତ୍ୟୁଷା ରଥ, ସମୀକ୍ଷା ଶତପଥି, ଦୀପ୍ତିମୟୀ ଦୋରା ଏବଂ ସୁପ୍ରିୟା ମଲ୍ଲିକ ଅଂଶଗ୍ରହଣ କରି ସେମାନଙ୍କର ପରାକାଷ୍ଠା ପ୍ରଦର୍ଶନ କରିଥିଲେ । ଛାତ୍ରୀ ମାନଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କମାନୁ ସେମାନଙ୍କୁ ଧନ୍ୟବାଦ ଏବଂ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ସହଯୋଗୀ ଶିକ୍ଷକ ଅଜୟ ରାଜ ଜିଜ୍ଞାସୁଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ଏହି କୃତୀ ଛାତ୍ରୀ ଦଳକୁ ୧୦,୦୦୦ ଟଙ୍କାର ପୁରସ୍କାର ରାଶି ସହିତ ଶିକ୍ଷଣ ଉପଯୋଗୀ ଉପକରଣ ପ୍ରଦାନ କରାଯାଇଛି ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)