କେନ୍ଦୁବାଡ଼ି ଉଚ୍ଚ ବିଦ୍ୟାଳୟରେ ଫାଇଲେରିଆ ନିରାକରଣ ଅଭିଯାନ କାର୍ଯ୍ୟକ୍ରମ।

0 157

ପୋଲସରା ,୩୦/୦୭(ପିପିଟି):ପୋଲସରା ବ୍ଲକ୍ କେନ୍ଦୁବାଡ଼ି ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ରୀ ରାଧାକୃଷ୍ଣ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଦିନ ଫାଇଲେରିଆ ନିରାକରଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ତଥା ହିନ୍ଦୀ ଶିକ୍ଷକ ହେମନ୍ତ କୁମାର ନାୟକଙ୍କ ବଳିଷ୍ଠ ଉଦ୍ୟମ ଏବଂ ଗଂଜାମ ଜିଲ୍ଲା ସ୍ବାସ୍ଥ୍ୟ ସମିତି ତଥା ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମିଳିତ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସିଏଚ୍ ବିନତା ରାଉତ ଓ ସ୍ବାସ୍ଥ୍ୟ କର୍ମୀ ରଞ୍ଜିତ ପ୍ରଧାନ ଯୋଗଦେଇ ଫାଇଲେରିଆ ରୋଗକୁ କିଭଳି ଭାବେ ନିରାକରଣ କରାଯାଇପାରିବ ସେଥି ଉପରେ ନେଇ ସଚେତନ କରାଇଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ବିପିନ ବିହାରୀ ସାହୁ ଓ ଅନ୍ୟ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ସମେତ ଆଶାକର୍ମୀ ମିନଭା ସ୍ୱାଇଁ ଉପସ୍ଥିତ ରହି ସହଯୋଗ କରିଥିବାବେଳେ ଶିକ୍ଷକ ପ୍ରକାଶ ଶବର ଛାତ୍ରଛାତ୍ରୀମାନଙ୍କୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.