କେନ୍ଦୁପତ୍ର ଫଡ଼ିରେ ଦୁର୍ବୁତ୍ତ ନିଆଁ ଲଗାଇ ଦେଲେ ୩ଲକ୍ଷ ଟଙ୍କାର କେନ୍ଦୁପତ୍ର ପୋଡିଗଲା ।

0 357

କନ୍ଧମାଳ,୦୫/୦୬(ପିପିଟି): ବର୍ତ୍ତମାନ କେନ୍ଦୁପତ୍ର ତୋଳା ସିଜନ ଚାଲିଥିବାରୁ ବିଭାଗ ପକ୍ଷରୁ କେନ୍ଦୁପତ୍ର ସଂଗ୍ରହ କରାଯାଉଥିବାବେଳେ କେହି ଦୁର୍ବୁର୍ତ୍ତ କେନ୍ଦୁପତ୍ର ଫଡ଼ିରେ ନିଆଁ ଲଗାଇ ଦେବା ଫଳରେ ଫଡିରେ ଥିବାସବୁ କେନ୍ଦୁପତ୍ର ପୋଡି ପାଉଁଶ ହୋଇଯାଇଛି ।ଏଭଳି ଘଟଣା ଘଟିଛି, କନ୍ଧମାଳ ଜିଲ୍ଲା ଫୁଲବାଣୀ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ଗୋଛାପଡ଼ା ରେଞ୍ଜ ଅଧିନସ୍ଥ ପାହି ରାଜ ଫଡିରେ। ଖବର ପାଇ କେନ୍ଦୁପତ୍ର ଡିଏଫଓ ପତିତପାବନ ପରିଡା ଶୁକ୍ରବାର ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି । ଏନେଇ ଗୋଛାପଡ଼ା ଥାନାରେ ଏତଲା ଦେଇଛି ବିଭାଗ। ଏହି ଫଡିରେ ୨ ଲକ୍ଷ ୭୬ହଜାର ୪୫୦କେରୀ କେନ୍ଦୁପତ୍ର ଗଛିତ ଥିଲା ଓ ଏହାର ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ୍ଵ ହେବ ବୋଲି ଡିଏଫଓ ପତିତ ପାବନ ପରିଡ଼ାକହିଛନ୍ତି । ତେବେ କିଏ କାହିଁକି ଆଉ କେଉଁ ଉଦ୍ଦେଶ୍ୟରେ ଫଡିରେ ନିଆଁ ଲଗାଇଲା ତାହା ଜଣାପଡିନି । ଗୋଚ୍ଛାପଡ଼ା ପୋଲିସ ତଦନ୍ତ କରୁଥିଲେ ମଧ୍ୟ କାହାରିକୁ ଗିରଫ କରି ନଥିବା ଜଣାପଡିଛ। ତେବେ ଏଥିରେ ବିଭାଗୀୟ କୌଣସି କର୍ମଚାରୀଙ୍କ ହାତ ନାହିଁତ? ବୋଲି ପ୍ରଶ୍ନ ଉଠିଛି । ତେବେ ଗ୍ରାମବାସୀ ଜଣଙ୍କୁ ସନ୍ଦେହ କରୁଥିବା କଥା କହୁଥିବାବେଳେ ପୋଲିସ ତଦନ୍ତ ପରେ ହିଁ ସବୁକିଛି ସ୍ପଷ୍ଟ ହେବ ବୋଲି ବିଭାଗୀୟ ଡିଏଫଓ ଶ୍ରୀ ପରୀଡ଼ା ପ୍ରକାଶ କରିଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.