କେନ୍ଦୁପତ୍ର କର୍ମଚାରୀ ସଂଘର ଗଣଧାରଣା ଦ୍ବିତୀୟ ଦିନରେ ।

0 241

ମାଲକାନଗିରି,୨୧/୦୨(ପିପିଟି):ଆଜି ମାଲକାନଗିରି କେନ୍ଦୁପତ୍ର କର୍ମଚାରୀ ସଂଘର ଗଣ ଧାରଣା ଦ୍ଵିତୀୟ ଦିନରେ ପହଞ୍ଚିଛି। ମାଲକାନଗିରି ସଦର ମହକୁମା ଠାରେ ଥିବା କେନ୍ଦୁପତ୍ର ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ କର୍ମକର୍ତ୍ତାମାନେ ହାତରେ ପ୍ଲାକାର୍ଡ ଧରି ଧାରଣାରେ ବସିଥିବା ବେଳେ ଦୁଇ ଦିନ ହେଲା କାର୍ଯ୍ୟ ସ୍ଥଗିତ ରହିଛି। ମାଲକାନଗିରି କେନ୍ଦୁପତ୍ର ବନାଞ୍ଚଳ ଅଧିକାରୀ ରଜନୀକାନ୍ତ ଷଡ଼ଙ୍ଗୀ କେନ୍ଦୁପତ୍ର କର୍ମଚାରୀ ମାନଙ୍କୁ ବୁଝାସୁଝା କରି କାର୍ଯ୍ୟ ରେ ଯୋଗ ଦେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ କର୍ମଚାରୀ ମାନେ ସେମାନଙ୍କ ନ୍ୟାଯ୍ୟ ଦାବି ପୂରଣ ଲାଗି ଧାରଣାରେ ବସିଥିବା ଜଣାପଡ଼ିଛି। କେନ୍ଦୁପତ୍ର କର୍ମଚାରୀ ସଂଘର ଦାବି ଗୁଡିକ ହେଲା, କେନ୍ଦୁପତ୍ର କେରି ବୃଦ୍ଧି, ଋତୁ କାଳୀନ କର୍ମଚାରୀଙ୍କ ମାସିକ ମଜୁରୀ ବୃଦ୍ଧି,ବୋନସ ପରିମାଣ ବୃଦ୍ଧି,ବନ୍ଧେଇ କର୍ମଚାରୀ ମାନଙ୍କ କେନ୍ଦୁପତ୍ର ବିଡା ପ୍ରତି ଦରବୃଦ୍ଧି,ପଡି ଉଛେଦ,୬ ଗୋଟି ଡାଇଭିଜନରେ ଘରୋଇକରଣ ବନ୍ଦ, କଲ୍ଯାଣ ଟ୍ରଷ୍ଟ ବୋର୍ଡର ବୈଠକ ଆହ୍ୱାନ, ମୃତ୍ୟୁ କାଳୀନ ସହାୟତା ରାଶି ୨ ଲକ୍ଷ ରୁ ୪ ଲକ୍ଷ କୁ୍ ବୃଦ୍ଧି, ଋତୁ କାଳୀନ କର୍ମଚାରୀଙ୍କ ରୋଗ ରେ ପୀଡିତ ଛୁଟି, ଜୟପୁର, ନବରଙ୍ଗପୁର ଓ ଖଡିଆଲ ଡିଭିଜନର ଫାଲ ଏରିଆକୁ ପ୍ରୋସେସିଙ୍ଗ ଏରିଆରେ ପରିଣତ, ବିଭିନ୍ନ ଡିଭିଜନର ଖାଲି ପଡ଼ିଥିବା
ଋତୁକାଳୀନ କର୍ମଚାରୀଙ୍କ ପଦବୀ ପ୍ରମୋଶନ ମାଧ୍ୟମରେ ପୂରଣ କରାଯାଉ, କେନ୍ଦୁପତ୍ର ବଜେଟରେ ଶ୍ରମିକମାନଙ୍କ ସାମାଜିକ ନିରାପତ୍ତା ସହାୟତା ପାଇଁ ୨୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଉ ବୋଲି ଦାବିରେ ଉଲ୍ଲେଖ କରାଯାଇଛି। ଏହି ଦାବି ପତ୍ର ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ମାଲକାନଗିରି କେନ୍ଦୁପତ୍ର କର୍ମଚାରୀ ସଂଘର ଗଣଧାରଣାରେ ସଂପାଦକ ରାମ ମାଢି, କୃତ୍ତିକ ନାୟକ,ଭବତୋଷ ମଣ୍ଡଳ ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ଏହି ଗଣଧାରଣାରେ ମାଲକାନଗିରି କେନ୍ଦୁପତ୍ର ବନାଞ୍ଚଳରେ ଥିବା ୧୮୫ କର୍ମଚାରୀ
ଯୋଗଦେଇଥିବା ଜଣା ପଡ଼ିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.