କେନ୍ଦୁଝର ସରକାରୀ ଇଞ୍ଜିନିଅରିଂ କଲେଜରେ ରକ୍ତଦାନ ଶିବିର ।

0 157

କେନ୍ଦୁଝର,୧୯/୦୪:କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ଜାତୀୟ ସେବା ସଂସ୍ଥା ଓ ଏନସିସି ୟୁନିଟ ପକ୍ଷରୁ ଭାରତୀୟ ରେଡ଼କ୍ରସ ସଂସ୍ଥା କେନ୍ଦୁଝର ଶାଖା ସହଯୋଗ ରେ ଏକ ରକ୍ତଦାନ ଶିବିର ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇ ୬୭ ୟୁନିଟ ରକ୍ତ ସଂଗୃହିତ ହୋଇ ଜିଲ୍ଲା ରକ୍ତକେନ୍ଦ୍ର କୁ ମାନବକଲ୍ୟାଣ ନିମନ୍ତେ ପ୍ରେରଣ କରାଯାଇଛି, ଶିବିରକୁ ବରିଷ୍ଠ ଅବସର ପ୍ରାପ୍ତ ଡାକ୍ତର ଅରୁଣ କୁମାର ସାହୁ, ଜିଲ୍ଲା ରେଡ଼କ୍ରସ ଯୁଗ୍ମସମ୍ପାଦକ ଏଆର ଖାନ, ଇନଚାର୍ଜ ପ୍ରିନ୍ସପାଲ ଡ଼ଃ ମୁକେଶ ବାଥରେ ଉଦଘାଟନ କରିଥିଲେ, ଏନଏସଏସ ଅଫିସର ଅଧ୍ୟାପକ ରାକେଶ ରଞ୍ଜନ ଶୁକ୍ଲା, ଯୁବ ରେଡ଼କ୍ରସ ଅଫିସର ଅଧ୍ୟାପକ ସୁଧାଂଶୁ ମେହେର ଅଧ୍ୟାପକ ଏନସିସି ଅଫିସର ଅଧୀରାଜ ବେହେରା ଶିବିର ପରିଚାଳନା କରିଥିବାବେଳେ, ଜିଲ୍ଲା ଆପତ୍ତକାଳୀନ ଅଧିକାରୀ ଅଭିଳାଷ ପୁରୋହିତ ସମ୍ମାନିତ ଅତିଥିଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସହିତ କରିବା ସହିତ ମାନପତ୍ର ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ,ସମିତା କୁମାରୀ ପତି, ସୁରଜ ସମ୍ବିତ ସେନାପତି,ସୁମିତ ପତି,ପାର୍ଥ ସାରଥୀ ମଣ୍ଡଳ,ନିକିତା ମହାକୁଳ, ତମନ୍ନା ରାଉତ,ଆଦି ଆହ୍ୱାନିତ,ଓମ ମାନସ ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ, ଜିଲ୍ଲା ରକ୍ତକେନ୍ଦ୍ର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ, ମହାବିଦ୍ୟାଳୟ ପ୍ରିନ୍ସପାଲ ସରୋଜ ଷଡ଼ଙ୍ଗୀ ସମସ୍ତ ରକ୍ତଦାତା ଓ ଆୟୋଜକଙ୍କୁ ସାଧୁବାଦ ଜଣାଇଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଗ୍ରୀଭାନ୍ସ ଅଫିସର ହିମାଂଶୁ ଶେଖର ସାହୁ ଶିବିର ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ ।

Leave A Reply

Your email address will not be published.