କେନାଲ ସାହିରୁ ଜବର ଦଖଲ ଉଚ୍ଛେଦ ଆରମ୍ଭ ।

0 272

ଭଞ୍ଜନଗର,୧୬/୦୯(ପିପିଟି); ଭଞ୍ଜନଗର ଏନ.ଏ.ସିର ଭେଜିପୁଟ କେନାଲ ସାହି ଠାରୁ ଶିରିଡି ସାଇ ମନ୍ଦିର ବାଇପାସ ରୋଡ଼ ପର୍ଯ୍ୟନ୍ତ ଥିବା ଜବର ଦଖଲ କୁ ଆଜି ଜେସିବି ଦ୍ୱାରା ଉଛେଦ କରାଯାଇଛି। ପୂର୍ବରୁ ଏହି ରାସ୍ତାଟି ଭଞ୍ଜନଗର ଏନ.ଏ.ସି ଅଧିନରେ ଥିବା ବେଳେ ଏବେ ଏହାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ତେଣୁ ନୂତନ ରାସ୍ତା ନିର୍ମାଣ ପାଇଁ ଆଜି ଏହି ରାସ୍ତାରେ ଥିବା କେତେକ ବେଆଇନ ଘର କୁ ଭାଙ୍ଗି ଦିଆଯାଇଛି। ଏହି ରାସ୍ତାର ଉନ୍ନତିକରଣ ହେବା ଦ୍ୱାରା ଯାତାୟାତରେ ବହୁ ସୁବିଧା ହୋଇପାରିବ। (ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।)

Leave A Reply

Your email address will not be published.